fbpx

ପାର୍ଟନରଙ୍କ ସହିତ କରିବାକୁ ଚାହୁଁଛନ୍ତି ‘ବ୍ରେକ-ଅପ’! ପ୍ରଥମେ ନିଜକୁ ପଚାରି ନିଅନ୍ତୁ ଏହି ପ୍ରଶ୍ନ

କୌଣସି ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ଯେତିକି ସୁନ୍ଦର ହୋଇଥାଏ, ବ୍ରେକଅପ ସେତିକି କଷ୍ଟଦାୟକ । ତେବେ ଅଧିକାଂଶ ସମୟରେ ବ୍ରେକଅପର କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଏ । ଏପରିକି ଅନେକ ସମୟରେ ବ୍ୟକ୍ତିଙ୍କୁ ଏହା ମଧ୍ୟ ଜଣାନଥାଏ ଯେ ସେମାନଙ୍କ ସମ୍ପର୍କ ଭୁଲ ଦିଗରେ ଗତି କରୁଥାଏ । ତେବେ ଏହି ସମୟରୁ ସମ୍ପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥାଏ । ତେବେ ଏହି ସମୟରେ ପ୍ରତ୍ୟେକଙ୍କ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଥାଏ ଯେ- ବ୍ରେକଅପ କରିବା ଉଚିତ ହେବା ବା ତାଙ୍କ ସହିତ ରହିବା ଉଚିତ? ତେବେ କୌଣସି ଶେଷ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ନିଜକୁ ଏହି ସବୁ ପ୍ରଶ୍ନ ପ୍ରଥମେ ପଚାରିନିଅନ୍ତୁ । ଏହାର ଉତ୍ତରରେ ଲୁଚି ରହିଛି ଆପଣଙ୍କ ଦ୍ୱନ୍ଦର ଉତ୍ତର ।

– କ’ଣ ମୁଁ ଏହି ବ୍ରେକଅପ କୌଣସି ବାହ୍ୟ କାରଣରୁ କରୁଛି କିମ୍ବା ନିଜ ଫିଲିଙ୍ଗସ୍ ପାଇଁ କରୁଛି? ଯଦି ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଆପଣ ଦେଇ ପାରିବେ ତେବେ ଆପଣ ନିଜ ପାଇଁ ଉଚିତ ନିର୍ଣ୍ଣୟ ନେଇପାରିବେ । ଆପଣ ସେହି ବ୍ୟକ୍ତିଙ୍କ ସହିତ ରହିବାକୁ ଚାହୁଁଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିବେ ।

– ସାଥୀରେ ରହିବା ଏବଂ ବ୍ରେକଅପ ହେବା ପରେ କ’ଣ ପରିଣାମ ହେବ ଏ ବାବଦରେ ମଧ୍ୟ ଚିନ୍ତା କରିବା ଉଚିତ । ଯଦି ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହେବା ସହିତ ଆପଣଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଆଶା ଦେଖାଯାଉଛି ତେବେ ଏପରି ପଦକ୍ଷେପରେ ଆଗକୁ ବଢ଼ନ୍ତୁ ।

– ବିନା କଥାବର୍ତ୍ତାରେ ସମ୍ପର୍କ ତୁଟିବାକୁ ଦିଅନ୍ତୁ ନାହିଁ । ଆପଣ ଚୁପ ରହିବା ଦ୍ୱାରା ଆପଣଙ୍କ ସମ୍ପର୍କ ଅଚିରେ ଶେଷ ହୋଇଯିବ । ତେଣୁ ନିଶ୍ଚିତ ଭାବରେ ନିଜ ପାର୍ଟନର ସହିତ ବ୍ରେକଅପର କାରଣ ବିଷୟରେ ଆଲୋଚନା କରନ୍ତୁ । କଥା ହେବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ । ଚୁପ ରହିବା ଦ୍ୱାରା କେବଳ ଆପଣଙ୍କ ମଧ୍ୟରେ ଦୂରତା ବଢ଼ାଇଥାଏ ।

– କ’ଣ ଆପଣ ସତରେ ଖୁସି ଅଛନ୍ତି ନା କେବଳ ସମୟ ସହିତ ଆଗକୁ ବଢ଼ିଚାଲିଛନ୍ତି? ଏହା ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ । ପାର୍ଟନରଙ୍କ ସହିତ ବିତାଇଥିବା ସମୟ ବିଷୟରେ ଗଭୀରତାର ସହିତ ଚିନ୍ତା କରନ୍ତୁ । ଯଦି ଆପଣଙ୍କୁ ଉତ୍ତର ଖୋଜିବାରେ ଅସୁବିଧା ହେଉଛି ତେବେ ବ୍ରେକଅପ କରିବା ବିଷୟରେ ଚିନ୍ତା କରି ଆଗକୁ ବଢ଼ନ୍ତୁ ।

Get real time updates directly on you device, subscribe now.