fbpx

କୋଲେଷ୍ଟ୍ରଲ ସମସ୍ୟା ଭୋଗୁଛନ୍ତି କି ? ଆପଣଙ୍କ ଘରେ ହିଁ ହେବ ସମାଧାନ

Advertisement

ଓଡିଶା ଭାସ୍କର: ଆଜିକାଲି କୋଲେଷ୍ଟ୍ରର ସମସ୍ୟା ଦିନକୁ ଦିନ ବଢିଚାଲିଛି । ଏହାଦ୍ୱାରା ହୃଦଘାତ, ଉଚ୍ଚ ରକ୍ତ ଚାପ ସହ କିଡନୀ ରୋଗ ହେବାର ଆଶଙ୍କା ବଢି ଚାଲିଛି । ତେବେ ଆପଣ ଡରିବାର କିଛି ନାହିଁ । ଏହି ସମସ୍ୟାର ସମାଧାନ ଆପଣଙ୍କ ରୋଷେଇ ଘରେ ହିଁ ରହିଛି । ତେବେ କଣ ଏହି ଜିନିଷ ଆସନ୍ତୁ ଜାଣିବା ….

ଆପଣମାନେ ରୋଷେଇ ଘରେ କଳା ଜିରାର ବ୍ୟବହାର କରୁଥିବେ ନିଶ୍ଚୟ । କଳା ଜିରା ଯେମିତି ଖାଦ୍ୟକୁ ସ୍ୱାଦିଷ୍ଟ ବା ସୁଗନ୍ଧିତ କରିଥାଏ । ସେମିତି ସ୍ୱାସ୍ଥ୍ୟପ୍ରତି ମଧ୍ୟ ଉପକାରୀ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କଳାଜିରା ମଞ୍ଜିରେ ଭରପୁର ଫାଇବର, ଭିଟାମିନ, ପ୍ରୋଟିନ, ଫ୍ୟାଟି ଏସିଡସହ ଅନେକ ପୋଷକ ତତ୍ତ୍ୱ ଭରି ରହିଛି । ଏହି କଳା ଜିରାରୁ ଅନେକ ପ୍ରକାରର ମେଡିସିନି ପ୍ରସ୍ତୁତ ହେବା ସହ କିଛି ଖାଦ୍ୟ ମସଲା ମଧ୍ୟ ପ୍ରସ୍ତୁତ ହେଉଛି ।

ସେହିପରି କଳା ଜିରାରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ମଧ୍ୟ ଏହା କର୍କଟ ରୋଗ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏଥିସହ କୋଲେଷ୍ଟ୍ରଲ ଏବଂ ରକ୍ତଚାପ ଜନିତ ସମସ୍ୟାରୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ । ଓଜନ କମେଇବା, ଆଖିର ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଦାନ୍ତ ବିଭିନ୍ନ ସମସ୍ୟା ନାଶ କରିବା ସହା ଏକାଗ୍ରତା ବଢାଇବାରେ ସାହାର୍ଯ୍ୟ କରେ । କଳା ଜିରର ତେଲ ମଧ୍ୟ କେଶ ଝଡିବା ସମସ୍ୟାକୁ ରୋକିଥାଏ ।

Get real time updates directly on you device, subscribe now.