fbpx

ଅଜାଣତରେ ଆପଣ ଖରାପ ଖାଦ୍ୟ ଖାଉନାହାନ୍ତି ତ ? ଏବେ ଆପଣଙ୍କୁ ମାଗଣାରେ ସୂଚନା ଦେବ ଏହି ଆପ୍‌, ଜାଣନ୍ତୁ କିପରି କରିବେ ଡାଉନଲୋଡ୍

ନୂଆଦିଲ୍ଲୀ: ମାର୍କେଟରେ ଏପରି ବହୁ ଖାଦ୍ୟ ବିକ୍ରୀ ହୋଇଥାଏ ଯାହାର ପ୍ୟାକେଜିଂ ଦେଖି ଆପଣ ଜାଣିପାରିବେ ନାହିଁ କି ଏହା ସ୍ୱାସ୍ଥ୍ୟପ୍ରଦ କି ଅସ୍ୱାସ୍ଥ୍ୟକର । ବହୁ ଖାଦ୍ୟରେ ଏପରି କିଛି ଉପାଦାନ ରହିଥାଏ ଯାହା ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ହୋଇଥାଏ । ଏପରି ସ୍ଥିତିରେ ଆପଣ ଏହା କିପରି ଜାଣିବେ କି କେଉଁ ଖାଦ୍ୟ ସାମଗ୍ରୀ ଆପଣଙ୍କ ପାଇଁ ଠିକ୍ ଓ କେଉଁଟି ଠିକ୍ ନୁହେଁ ।

ତେବେ ଡିଜିଟାଲ୍ ୱାର୍ଲ୍ଡରେ ଆପଣ ଏହା ଜାଣିବା ପାଇଁ କାହାର ବି ଆବଶ୍ୟକତା ନାହିଁ । ଆପଣ ନିଜ ଫୋନ୍ ମାଧ୍ୟମରେ ଆପଣ ଏ ବିଷୟରେ ଜାଣିପାରିବେ । ପ୍ରକୃତରେ ଏପରି ଏକ ଆପ୍ ରହିଛି ଯାହା ମାର୍କେଟରେ ମିଳୁଥିବା ବିଭିନ୍ନ ସାମଗ୍ରୀକୁ ସ୍କାନ କରି ସେଥିରେ ଥିବା ଉପାଦାନ ବିଷୟରେ କହିଥାଏ । ଏହା ବ୍ୟତିତ ଏହି ଆପ୍ ଆପଣଙ୍କୁ କହିବ କି ସେହି ସାମଗ୍ରୀ ଖାଇବା ଯୋଗ୍ୟ କି ନୁହେଁ । ଆପଣ ଏହାକୁ କେତେମାତ୍ରାରେ ଖାଇବେ ତାହା ମଧ୍ୟ ଆପ୍ ଜରିଆରେ ଜାଣିପାରିବେ ।

ଏହି ଆପ୍ ହେଉଛି Xume ଆପ୍‌, ଯାହାର ଫାଉଣ୍ଡର ହେଉଛନ୍ତି ଅକ୍ଷୟ ଜଲାନ । ଏହା ମୁମ୍ବାଇରେ ପ୍ରତିଷ୍ଠିତ ଏକ କମ୍ପାନୀ ଯାହା ପ୍ୟାକେଜଡ୍ ଫୁଡ୍‌ର ସ୍କୋରିଂ କରିଥାଏ । ଏହା ହେଉଛି ପ୍ରଥମ ଆପ୍ ଯେଉଁଥିରେ ପ୍ୟାକେଜଡ୍ ଫୁଡ୍ ଲାଗି ସ୍କୋରିଂ ଓ ରେକମେଣ୍ଡେସନ ପରି ସୁବିଧା ମିଳିଥାଏ । ଏହି ଆପ୍‌କୁ ଆପଣ ଆପଲ ଆପ୍ ଷ୍ଟୋର କିମ୍ବା ଗୁଗଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ କରିପାରିବେ । ଏହାପରେ ଆପଣଙ୍କୁ ଆପ୍‌ରେ ସାଇନ୍ ଅପ୍ କରିବାକୁ ହେବ । ଆପଣ ନିଜର ଗୁଗଲ ଆକାଉଣ୍ଟ ଜରିଆରେ ସିଧା ସାଇନ୍ ଅପ୍ କରିପାରିବେ ।
ଏହି ଆପ୍‌ରେ ଆପଣଙ୍କୁ ସମସ୍ତ ତଥ୍ୟ ଦେବାକୁ ହେବ । ସର୍ବପ୍ରଥମେ ଆପଣଙ୍କୁ ନିଜର ନାମ, ବୟସ, ମୋବାଇଲ୍ ନଂ ଓ ଅନ୍ୟାନ୍ୟ ସୂଚନା ଦେବାକୁ ହେବ । ଏହାପରେ ଆପଣ କେଉଁ ପ୍ରକାର ଡାଏଟ୍ ଫଲୋ କରୁଛନ୍ତି ସେ ବିଷୟରେ ମଧ୍ୟ ସୂଚନା ଦେବେ । ଏହାପରେ Xumeର ସେଟ୍‌ଅପ୍ ପୁରା ହୋଇଯିବ ।

ଏହାକୁ ବ୍ୟବହାର କରିବା ବହୁତ ସହଜ । ଏହି ଆପ୍‌ରେ ପୂର୍ବରୁ ୧ ଲକ୍ଷରୁ ଅଧିକ ସାମଗ୍ରୀ ବିଷୟରେ ତଥ୍ୟ ରହିଛି । ଆପଣ ଚାହିଁଲେ କିଛି ଅଲଗା ପ୍ରଡକ୍ଟ ବି ଚେକ୍ କରିପାରିବେ । ଏଥିଲାଗି ଆପଣଙ୍କୁ ସ୍କାନର ଅନ୍ କରିବାକୁ ହେବ । ଏହି ପ୍ରଡକ୍ଟରେ ଇନଗ୍ରେଡିଏଣ୍ଟ ଲେଖାଯାଇଥିବା ଅଂଶକୁ ସ୍କାନ କରିବାକୁ ହେବ । ଏପରି କରିବା ଦ୍ୱାରା ଆପଣଙ୍କ ସ୍କ୍ରିନରେ ପ୍ରଡକ୍ଟ ଡିଟେଲ୍ସ ଆସିଯିବ । ଏହି ଆପ୍ ଆପଣଙ୍କୁ କହିବ ସ୍କାନ କରାଯାଇଥିବା ପ୍ରଡକ୍ଟ ଖାଇବେ କି ନା ।

Get real time updates directly on you device, subscribe now.