fbpx

ଗିରଫ ହେଲେ ବିଜେଡ଼ିର ପୂର୍ବତନ ବିଧାୟକ ଅନାମ ନାଏକ

କଳାହାଣ୍ଡି, ୨୩ା୧(ଓଡ଼ିଶା ଭାସ୍କର): ବିଜେଡ଼ିର ପୂର୍ବତନ ବିଧାୟକ ଅନାମ ନାୟକ ଗିରଫ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଅନାମ ନାୟକଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ଜାନୁଆରି ୧୭ରେ ଅନାମ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଭବାନୀପାଟଣାରେ ଥିବା ତାଙ୍କର ବାସଭବନ ଓ ରାମପୁର ହୋଟେଲରେ ଚଢ଼ାଉ ହୋଇଥିବା ସୂଚନା ରହିଛି । ଅନାମଙ୍କ ୩କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଅନାମ ନାଏକ କଳାହାଣ୍ଡି ଭବାନୀପାଟଣାର ପୂର୍ବତନ ବିଧାୟକ ଥିଲେ ।

Get real time updates directly on you device, subscribe now.