fbpx

ଚରସ ଖାଇଥିଲେ ଆର୍ଯ୍ୟନ୍, ଅରବାଜ୍ ନିଜ ଜୋତାରୁ କାଢ଼ିଥିଲେ ପ୍ୟାକେଟ୍: ଏନସିବି

ମୁମ୍ବାଇ: ଜାମିନ୍ ଆବେଦନ ଖାରଜ ହେବା ପରେ ଗତକାଲି ଜେଲ୍ ଯାଇଛନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ତେବେ ଏନସିବି ଏବେ ଅଭିଯୁକ୍ତଙ୍କୁ ଘନଘନ ଜେରା କରୁଛି । ଏହି କ୍ରମରେ ଏନସିବି କହିଛି ଯେ, ଏନସିବି ଅଫିସର୍ ମାନଙ୍କ ସାମନାରେ ଆର୍ଯ୍ୟନ୍ ସ୍ୱୀକାର କରିଛନ୍ତି ଯେ, ସେ ଚରସ ସେବନ କରିଥିଲେ ଏବଂ ତାଙ୍କ ସାଙ୍ଗ ଅରବାଜ୍ ମର୍ଚେଣ୍ଟ ନିଜ ଜୋତାରେ ୬ ଗ୍ରାମ ଚରସ ଲୁଚେଇ କ୍ରୁଜ୍ ରେ ଯାଉଥିଲେ । ଯାହାଫଳରେ ସେମାନେ ପାର୍ଟିରେ ମଜାମସ୍ତି କରି ପାରିବେ ।

ଅକ୍ଟୋବର ୨ ତାରିଖରେ ସମୁଦ୍ର ଭିତରେ ଯେଉଁ ଆରାମଦାୟକ କ୍ରୁଜ୍ ରେ ଏନସିବି ଚଢ଼ାଉ କରିଥିଲେ, ତାହା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଖବର ସାମନାରେ ଆସିଛି । ଯେତେବେଳେ କ୍ରୁଜ୍ ରେ ଏନସିବି ଅଧିକାରୀ ମାନେ ଅରବାଜ୍ ଙ୍କୁ ଡ୍ରଗ୍ସ ସମ୍ପର୍କରେ ପଚାରିଥିଲେ ସେତେବେଳେ ସେ କହିଥିଲେ ଯେ, ତାଙ୍କ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ରଖିଥିଲେ । ଏହାପରେ ଏନସିବିର କହିବା ପରେ ସେ ନିଜ ଜୋତାରୁ ଏକ ପାଉଚ୍ ବାହାର କରିଥିଲେ । ଏଥିସହିତ ସେ ନିଜେ ମାନିଥିଲେ ଯେ, ଆର୍ଯ୍ୟନ୍ ଙ୍କ ସହ ମିଶି ସେ ଡ୍ରଗ୍ସ ସେବନ କରୁଛନ୍ତି ।

Get real time updates directly on you device, subscribe now.