fbpx
BSKY SKY
BSKY SKY

୫୭ ବର୍ଷରେ ଦ୍ୱିତୀୟ ବିବାହ କରି ଏକାକୀ ହନିମୁନ୍ ରେ ଗଲେ ଆଶୀଷ, ଲୋକ କହିଲେ କାହିଁକି ବାହା ହୋଇଥିଲ

BSKY

ନୂଆଦିଲ୍ଲୀ:୫୭ ବର୍ଷ ବୟସରେ ଦ୍ୱିତୀୟ ବିବାହ କରି ବଲିଉଡ୍ ଅଭିନେତା ଆଶୀଷ ବିଦ୍ୟାର୍ଥୀ ସର୍ବତ୍ର ଚର୍ଚ୍ଚା ଖେଳାଇ ଦେଇଥିଲେ । କିଛି ଲୋକ ଆଶୀଷଙ୍କ ଦ୍ୱିତୀୟ ବିବାହକୁ ସମର୍ଥନ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ । କିନ୍ତୁ ଲୋକଙ୍କ କଥାକୁ ଖାତିର ନ କରି ଆଶୀଷ ନିଜ ହୃଦୟର କଥା ଶୁଣିଥିଲେ ଓ ଫ୍ୟାଶନ ଏଣ୍ଟ୍ରପ୍ରିନ୍ୟୁର ରୂପାଲି ବରୁଆଙ୍କୁ ବିବାହ କରିଥିଲେ । ଆଶୀଷଙ୍କ ବିବାହର ଫଟୋ ଭାଇରାଲ୍ ହେବା ପରେ ଫ୍ୟାନ୍ସ ତାଙ୍କ ହନିମୁନ୍ ତାରିଖକୁ ଅପେକ୍ଷା କରି ରହିଥିଲେ ।

ବିବାହ ପରେ ଆଶୀଷ ଆଫ୍ରିକା ବୁଲି ଯାଇଛନ୍ତି ଓ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଫଟୋ ଓ ଭିଡିଓ ସେୟାର କରୁଛନ୍ତି । କିନ୍ତୁ ଏହିସବୁ ଫଟୋ ଓ ଭିଡିଓରେ କେଉଁଠି ତାଙ୍କ ନବ ବିବାହିତ ପତ୍ନୀ ରୂପାଲି ଦେଖିବାକୁ ମିଳୁନାହାନ୍ତି । ଆଫ୍ରିକାରୁ ଆଶୀଷ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ସ୍ମୋକୀ କ୍ୟାପଟେନ୍ ଫିସ୍ ର ମଜା ନେଉଥିବା ଦେଖାଯାଉଛି । ଆଫ୍ରିକାରୁ ଆଶୀଷଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଭାବିବା ଆରମ୍ଭ କରି ଦେଇଛନ୍ତି ଯେ, ସେ ହନିମୁନ୍ ରେ ଆଫ୍ରିକା ଯାଇଛନ୍ତି । କିନ୍ତୁ ଭିଡିଓରେ ତାଙ୍କ ପତ୍ନୀ କେଉଁଠି ବି ନଜର ଆସୁ ନ ଥିବାରୁ ଫ୍ୟାନ୍ସମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ଏପରି ସ୍ଥିତିରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ବହୁ ୟୁଜର ପ୍ରଶ୍ନ କରିଛନ୍ତି ଏକାକୀ ବୁଲିବା, ଫୁଡ୍ ବ୍ଲଗିଙ୍ଗ କରିବା ଭଲ କଥା । କିନ୍ତୁ ଯଦି ଏକା ଏକା ବୁଲିବାର ଥିଲା ତେବେ ବାହା ହେଉଥିଲ କାହିଁକି? ଆଉ କିଛି ୟୁଜର ଲେଖିଛନ୍ତି ଏବେ ତ ଘର ଖାଇବା ଖାଅ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆଶୀଷ ବିଦ୍ୟାର୍ଥୀ ଜଣେ ଆକ୍ଟର ହେବା ସହ ଫୁଡ୍ ବ୍ଲଗର ମଧ୍ୟ । ସେ ପ୍ରାୟ ସମୟରେ ଅଲଗା ଅଲଗା ଯାଗାରୁ ଖାଇବାର ଭିଡିଓ ସେୟାର କରିଥାନ୍ତି ।

Get real time updates directly on you device, subscribe now.