fbpx
BJD SKY
BJD SKY

Asia Cup-2023; ତିଲକ ବର୍ମା ନା ଶ୍ରେୟସ-ରାହୁଲ… ୪ ନମ୍ବର ପାଇଁ କାହାକୁ ବାଛିବେ ରୋହିତ?

BJD

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । କିନ୍ତୁ ଏବେ ବି ଭାରତ ଆଗରେ ରହିଛି ଏକ ବିରାଟ ପ୍ରଶ୍ନ । ୪ ନମ୍ବର ସ୍ଥାନରେ ଖେଳିବ କିଏ? ଏହି ପୋଜିସନ ପାଇଁ ଭାରତ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୧୧ ଜଣଙ୍କୁ ସୁଯୋଗ ଦେଇସାରିଛି । କିନ୍ତୁ ଏହି ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ପାଇ ପାରିନାହିଁ ଟିମ ଇଣ୍ଡିଆ । ତେବେ ଏହା ଉପରେ ଆଉ ଏକ ସମସ୍ୟା ପାଲଛି ଖେଳାଳିଙ୍କ ଆହତ ସମସ୍ୟା । ଆସନ୍ତା ଏସିଆ କପ୍ ପାଇଁ ଚୟନ କରାଯାଇଥିବା ଦଳରେ ଶ୍ରେୟସ ଅୟର, କେ.ଏଲ ରାହୁଲଙ୍କ ସମେତ ତିଲକ ବର୍ମାଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ଏମାନଭ୍କ ଭିତରୁ କିଏ ଦଳରେ ସୁଯୋଗ ପାଇବେ?

ଏସିଆ କପ୍ ପାଇଁ ଟିମ ଇଣ୍ଡିଆରେ ତିଲକ ବର୍ମାଙ୍କୁ ଏଣ୍ଟ୍ରି ମିଳିଥିବା ବେଳେ କେ.ଏଲ ରାହୁଲ ଏବଂ ଶ୍ରେୟସ ଅୟର ଦଳକୁ କମବ୍ୟାକ କରିଛନ୍ତି । ପୂର୍ବରୁ ଶ୍ରେୟସ ଅୟର ଏବଂ କେ.ଏଲ ରାହୁଲ ଏହି ସ୍ଥାନରେ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଏହି ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ । ତେବେ ଏହି ଦୁଇ ଖେଳାଳିଙ୍କ କ୍ଷେତ୍ରରେ ସେମାନଙ୍କ ପାଇଁ ସମସ୍ୟା ପାଲଟିବ ଫିଟନେସ । ଦୀର୍ଘ ଦିନ ଦଳରୁ ବାଦ୍ ପଡ଼ିଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ କମବ୍ୟାକ କରୁଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହିଁ ରାହୁଲ ସମ୍ପୂର୍ଣ୍ଣ ଫିଟ ନୁହଁନ୍ତି ବୋଲି ଘୋଷଣା କରି ସାରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ତେଣୁ ପ୍ରଥମରୁ କିଛିଟା ମ୍ୟାଚରେ ସେ ଦଳରୁ ବାଦ୍ ପଡ଼ିପାରନ୍ତି । ସେହିପରି ଶ୍ରେୟସ ଅୟର ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାଙ୍କ ଫର୍ମକୁ ନେଇ ମଧ୍ୟ ଚିନ୍ତା ରହିଛି । ଦୀର୍ଘ ଦିନରୁ କୌଣସି ଫର୍ମାଟରେ ବ୍ୟାଟିଂ କରି ନଥିବା ବେଳେ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଦଳରେ ସୁଯୋଗ ମିଳିଛି । ଏହିସବୁ ପ୍ରସଙ୍ଗ ଉପରେ ରୋହିତ ଶର୍ମାଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିପାରେ ।

ଶେଷରେ ବହୁଚର୍ଚ୍ଚିତ ତିଲକ ବର୍ମାଙ୍କୁ ମଧ୍ୟ ଏସିଆ କପ୍ ଦଳରେ ସାମିଲ କରିଛି ବିସିସିଆଇ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୪ ନମ୍ବରରେ ଖେଳି ଦମଦାର ପ୍ରଦର୍ଶନ କରିଥିଲେ ତିଲକ । ଏହାବ୍ୟତୀତ ଆଇପିଏଲରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେ ଏହି ସ୍ତାନରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ । ତେଣୁ ତାଭ୍କୁ ଦଳରେ ସୁଯୋଗ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ଆୟରଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ସିରିଜରେ ତିଲକ ମାତ୍ର ୩ ଟି ବଲରୁ ୧ ରନ୍ ହାସଲ କରିପାରିଛନ୍ତି । ସେ ତାଙ୍କ ଲୟ ହରାଇଥିବା ମଧ୍ୟ କୁହାଯାଉଛି । ଏହାବ୍ୟତୀତ ନିକଯରେ ଡେବ୍ୟୁ କରିଥିବା ତିଲକଙ୍କୁ ବଡ଼ ଟୁର୍ଣ୍ଣାମେଣ୍ଟରେ ସୁଯୋଗ ଦେବା ଉପରେ ମଧ୍ୟ ରୋହିତଙ୍କୁବିଚାର କରିବାକୁ ପଡ଼ିବ । ତେବେ ଏଭଳି ପରିସ୍ଥିତିରେ ରୋହିତ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ତାହା ଏବେ ବି ପ୍ରଶ୍ନ ଘେରରେ ରହିଛି ।

Get real time updates directly on you device, subscribe now.