fbpx

ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି: ପୂରଣ ହେବ ASO ପଦ, ଅନଲାଇନ୍ ଆବେଦନ ଖୁବଶୀଘ୍ର ଆରମ୍ଭ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେ ୨୦ରୁ ଜୁନ ୧୮ ମଧ୍ୟରେ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ । ମୋଟ ୧୪୭ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୪୯ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଅଣସଂରକ୍ଷିତଙ୍କ ପାଇଁ ୭୦ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୫ଟି, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫୭ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୧୫ଟି ପଦ ସଂରକ୍ଷିତ ରହିଛି ।

ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ସହିତ କମ୍ପୁଟ୍ୟର ଆପ୍ଲିକେସନରେ ଦକ୍ଷତା ରହିଥିବା ଆବଶ୍ୟକ । ଚଳିତ ବର୍ଷ ମେ ମାସ ୧୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୨୧ ଓ ସର୍ବାଧିକ ବୟସ ଯୋଗ୍ୟତା ୩୨ ବର୍ଷ ହୋଇଥିବା ଆବଶ୍ୟକ । ଏସଟି, ଏସଟି, ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସଟି, ଏସଟି ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯିବ । ପ୍ରିଲିମିନାରୀ ପରୀକ୍ଷ, ମୁଖ୍ୟ ଲିଖିତ ପରୀକ୍ଷା, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପ୍ରିଲିମ୍ସରେ ୧୫୦ ମାର୍କ ଓ ମୁଖ୍ୟ ଲିଖିତ ପରୀକ୍ଷାରେ ପ୍ରାର୍ଥୀମାନେ ୩୦୦ ମାର୍କର ପରକ୍ଷୀ ଦେବେ ।

ବିଜ୍ଞପ୍ତି ଲିଙ୍କ: https://www.orissahighcourt.nic.in/recruitment-corner-pdf-view/210/

Get real time updates directly on you device, subscribe now.