fbpx

ସେକେଣ୍ଡକୁ ୫ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡି ଆସୁଛି ଉଲକା ପିଣ୍ଡ, NASAର ସର୍ତକବାଣୀ

ପ୍ରାୟ ଅଧା କିଲୋମିଟର ଚଉଡାର ଏକ ଉଲକା ପିଣ୍ଡ ବହୁ ତୀବ୍ର ଗତିରେ ପୃଥିବୀ ଆଡକୁ ମାଡି ଆସୁଛି । ଏନେଇ ନାସା ପକ୍ଷରୁ ସତର୍କବାଣୀ ଦିଆଯାଇଛି । ପ୍ରତି ସେକେଣ୍ଡରେ ୫.୨ କିଲୋମିଟର ବା ପ୍ରତି ଘଣ୍ଟାରେ ୧୧,୨୦୦ ମାଇଲ ବେଗରେ ଉଲକା ପିଣ୍ଡ ଆସୁଥିବା ଜଣାପଡିଛି । ନାସା ମୁତାବକ, ଆମେରିକାର ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂ ଠାରୁ ବି ଉଲକା ପିଣ୍ଡ ବଡ ହୋଇଥିବା ବେଳେ ଜୁନ୍ ୬ରେ ଏହା ପୃଥିବୀ ପକ୍ଷପଥରେ ପ୍ରବେଶ କରିବାକୁ ଯାଉଛି ।

ତେବେ ଡେଲି ଷ୍ଟାର ରିପୋର୍ଟ ମୁତାବକ, ନାସା ଏହି ଉଲକା ପିଣ୍ଡର ନାମ ରକ୍-୧୬୩୩୪୮ ରଖିଛି । ଏହି ଉଲକା ପିଣ୍ଡ ପୃଥିବୀର ଖୁବ୍ ନିକଟ ଦେଇ ଗତି କରିବ ବୋଲି ଆଶଙ୍କା କରାଯାଉଛି । ଏହି ଉଲକା ପିଣ୍ଡଟି ୨୫୦ରୁ ୫୭୦ ମିଟର ଲମ୍ବ ହୋଇଥିବା ବେଳେ ୧୩୫ ମିଟର ଚଉଡା । ଏହା ପୂର୍ବର ମେ ୨୧ ରେ ୧.୫ କିଲୋମିଟର ବଡ ଉଲକା ପିଣ୍ଡ ପୃଥିବୀ ଦେଇ ଗତି କରିଥିଲା ।

Get real time updates directly on you device, subscribe now.