fbpx
BSKY SKY
BSKY SKY

କ୍ୟାରିୟରରେ ପାଇବାକୁ ଚାହୁଁଛନ୍ତି ସଫଳତା! ନୂତନ ବର୍ଷ ଆରମ୍ଭରେ କରନ୍ତୁ ଏହି ଉପାୟ, ସାରା ବର୍ଷ ହେବେ ଲାଭବାନ

BSKY

ପ୍ରତ୍ୟେକ ବ୍ୟକ୍ତି ନିଜ କ୍ୟରିୟରରେ ସଫଳତା ପାଇବାକୁ ଚାହିଁଥାନ୍ତି । ତେବେ ବର୍ତ୍ତମାନ ନୂତନ ବର୍ଷ ଆରମ୍ଭ ହୋଇସାରିଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିବା ସହିତ ଆପଣଙ୍କୁ ବ୍ୟବସାୟରେ କିମ୍ବା ଚାକିରୀରେ ଅନେକ ସମୟ ପର୍ଯ୍ୟନ୍ତ କୌଣସି ବାଧା ଆସିବ ନାହିଁ । ଯଦି କୌଣସି ବ୍ୟକ୍ତି ନିଗର ନୂତନ ବର୍ଷକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ କରିବା ଦ୍ୱାରା ଆପଣ ପାଇଁ ବେଶ ଲାଭଦାୟକ ହେବ ।

ରବିବାର କରନ୍ତୁ ଏହି କାର୍ଯ୍ୟ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତି ରବିବାର ନିୟମିତ ଭାବରେ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ଭାବରେ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିଥାଏ । ଏହା ସହିତ ଜଳ ଅର୍ପଣ କରିବା ସମୟରେ ‘ଓଁ ହ୍ରୀଂ ହ୍ରୀଂ ହୌଂ ସଃ ସୂର୍ଯ୍ୟାୟ ନମଃ’ ମନ୍ତ୍ର ୧୦୮ ଥର ଉଚ୍ଚାରଣ କରନ୍ତୁ । ସୂର୍ଯ୍ୟ େଲେ ସକଳ ଶକ୍ତିର ଆଧାର । ତେଣୁ ରବିବାର ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ସମୃଦ୍ଧି ହୋଇଥାଏ । ଏହା ସହିତ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳତା ମିଳିଥାଏ ।

ବୁଧବାର ଏଥିରେ କରନ୍ତୁ ଦାନ୍ତ ସଫା- ବୁଧବାର ଦିନ ନିଜ ଦାନ୍ତକୁ ଫିଟିକିରୀରେ ସଫା କରନ୍ତୁ । ଏହା ସହିତ ଖାଲି ମାଠିଆକୁ ଜଳରେ ପ୍ରବାହିତ କରିଦିଅନ୍ତୁ । ଅନ୍ୟ ପକ୍ଷରେ ୯ ଜଣ କନ୍ୟାଙ୍କୁ ଭୋଜନ କରାଇବା ସହିତ ଉପହାର ଆକାରରେ ନୂତନ ବସ୍ତ୍ର ଦାନ କରନ୍ତୁ । ଏହା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ବୁଧଙ୍କ ସ୍ଥିତି ମଜବୁତ ହେବା ସହିତ ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିବ ।

କ୍ୟାରିୟର ଏବଂ ବ୍ୟବସାୟରେ ମିଳିବ ଲାଭ- କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ପାଇବା ପାଇଁ ପ୍ରତିଦିନ ୩୧ ଥର ଗାୟତ୍ରୀ ମନ୍ତ୍ର କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱାରା ଚାକିରୀ କ୍ଷେତ୍ରରେ ଥିବା ସମସ୍ତ ଚିନ୍ତା ଦୂର ହେବା ସହିତ ସଫଳତା ମଧ୍ୟ ପ୍ରାପ୍ତି ହେବ । ଏହା ସହିତ ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବାକୁ ଲାଗିବ ।

Get real time updates directly on you device, subscribe now.