fbpx

ବ୍ୟବସାୟରେ ବାରମ୍ବାର କ୍ଷତି ଘଟୁଛି କି? ଏହି ପ୍ରତିକାର କରନ୍ତୁ, ଆରମ୍ଭ ହୋଇଯିବ ଧନର ବର୍ଷା

AAKASH

ଆପଣ ଶୁଣିଥିବେ, ଯଦି ଆପଣଙ୍କ ଉପରେ ବା ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡ଼ିଯାଏ ତାହେଲେ ଆପଣ ଆଦୌ ତିଷ୍ଠି ପାରିବେନି। ବିଶେଷକରି ବ୍ୟବସାୟ କ୍ଷେତ୍ରରେ ଅନେକ ଜଣଙ୍କର ଦୃଷ୍ଟି ରହିଥାଏ। ଏହି ଦୃଷ୍ଟି ଭିତରେ କିଛି ଖରାପ ଦୃଷ୍ଟି ବା ନଜର ରହିଥାଏ। ତେବେ ଏହି ଖରାପ ଦୃଷ୍ଟି ପଡିବା ମାତ୍ରେ ଆପଣଙ୍କ ବେପାର ଠପ୍ ହୋଇଯାଇଥାଏ। ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶେଷରେ ମାନସିକ ଭାରସାମ୍ୟ ହରାଇବାକୁ ପଡ଼ିଥାଏ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଖୁବ୍‌ ଭଲ ଭାବେ ଚାଲିଥିବା ବେପାରରେ ଯଦି ହଠାତ୍‌ କ୍ଷତି ଘଟିଥାଏ। ନଚେତ ସବୁ ଠିକଠାକ ଥିବା ବେଳେ ଆଦୌ ଲାଭ ହୁଏ ନାହିଁ। ତାହେଲେ ବୁଝି ନିଅନ୍ତୁ, ଯେ ଆପଣଙ୍କ ବ୍ୟବସାୟ ଉପରେ କାହାର ଖରାପ ଦୃଷ୍ଟି ପଡିଛି। ଏଣୁ ଏମିତି ହେଉଥିବା ଜାଣିଲେ ତୁରନ୍ତ ଦୋକାନର କୌଣସି ଏକ କୋଣରେ କଞ୍ଚାଲଙ୍କା ସହିତ ଲେମ୍ବୁ ଟାଙ୍ଗି ଦିଅନ୍ତୁ। କେବଳ ଖରାପ ନଜର ନୁହେଁ ଏମିତି କଲେ ବାସ୍ତୁଦୋଷ ମଧ୍ୟ କଟିଯାଇଥାଏ। ଏପରି କରିବା ଦ୍ୱାରା ପୁଣି ଆପଣଙ୍କ ବ୍ୟବସାୟ ଭଲ ଚାଲିଥାଏ ଓ ଲାଭ ଆସିବା ଆରମ୍ଭ କରିଥାଏ। କିନ୍ତୁ ଗୋଟିଏ କଥା ମନେ ରଖିବେ ଏହି ପ୍ରତିକାର କେବଳ ମଙ୍ଗଳବାର କିମ୍ବା ଶନିବାର କରିବେ। ଲେମ୍ବୁ ଲଙ୍କା ଶୁଖିଗଲେ ଏହାକୁ ଶୀଘ୍ର ବଦଳାଇ ଦିଅନ୍ତୁ। ନହେଲେ ପୁଣି ବ୍ୟବସାୟକୁ ନେଇ ଅନ୍ୟାନ ସମସ୍ୟା ଆରମ୍ଭ ହୋଇଯିବ।

Get real time updates directly on you device, subscribe now.