fbpx

ରାଶିଫଳ (୧୧ା୫ା୨୦୨୦, ସୋମବାର)

ମେଷ – ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ ।
ବୃଷ – ଆପଣଙ୍କ ଆଶା ଏବଂ ବୁଝିପାରିବାର ଶକ୍ତି ଆପଣଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚେ଼ଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ ।
ମିଥୁନ -ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।
କର୍କଟ – ଆଜି ଆପଣ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ନିଜର ପ୍ରକୃତ ରୂପକୁ ଚିହ୍ନନ୍ତୁ ଓ ଆଧ୍ୟାତ୍ମିକଜ୍ଞାନକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଏହି ମାର୍ଗରେ ଗତି କଲେ ଆଜି ଆପଣଙ୍କୁ ବହୁତ ଲାଭ ହେବ ଓ ଶାନ୍ତି ମଧ୍ୟ ମିଳିବ ।
ସିଂହ – ଆଜି ଆପଣଙ୍କ ଧ୍ୟାନ କେବଳ ମଉଜ ମସ୍ତି ଆଡ଼କୁ ହିଁ ରହିବ । ଆଜି ଆପଣ ସବୁ କିଛି ଭୁଲିଯାଇ ଖୁବ୍ ନାଚନ୍ତୁ ,ନଚେ଼ତ୍ କୌଣସି ସମାରୋହ କରନ୍ତୁ । ସେଠାକୁ ସଭିଙ୍କୁ ନିମନ୍ତ୍ରଣ କରନ୍ତୁ । ଆଜି ଆପଣ ଯାହା କିଛି କରୁଛନ୍ତି ପୂର୍ଣ୍ଣ ମନରେ କରନ୍ତୁ ।
କନ୍ୟା – ଆଜି ନିଜର ଧ୍ୟାନ ଏଠି ସେଠି ନ ଲଗେଇ ନିଜ କାର‌୍ୟ୍ୟରେ ମନୋନିବେଶ କରନ୍ତୁ । ଆପଣ ହୁଏତ ଏହି ସମୟ ଏକ ସମାରୋହ ଚାହାଁନ୍ତି । କିନ୍ତୁ ନିଜ ପରିବାର ସହ ସମୟ ବିତାନ୍ତୁ ଏବଂ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ।
ତୁଳା – ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ, ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ ।
ବିଛା – ଆଜି ଆପଣ ମାନସିକ ଶାନ୍ତି ପାଇବା ପାଇଁ ଚାହାଁନ୍ତି । ଶାନ୍ତି ଆପଣଙ୍କ ଭିତରେ ହିଁ ଅଛି । ଏହାକୁ ବାହାରେ ଖୋଜିବା ପରିବର୍ତ୍ତେ ନିଜ ଭିତରେ ଫଳାଫଳକୁ ଆପଣ ଖୋଜନ୍ତୁ । ଏହାର ଆରମ୍ଭ ଆପଣ ଯୋଗଠାରୁ କରନ୍ତୁ ।
ଧନୁ – ନିଜ ସମ୍ପର୍କରେ ସୁଧାର ଆଣିବା ପାଇଁ ଯୋଜନା କରନ୍ତୁ ଏବଂ ସେମାନଙ୍କୁ ଖୁସି କରିଦିଅନ୍ତୁ ।ଆଜି ଶୀଘ୍ର ଘରେ ପହଞ୍ଚିବା ପାଇଁ ଚେ଼ଷ୍ଟା କରନ୍ତୁ ଏବଂ ପରିବାର ବର୍ଗକୁ ବାହାରକୁ ବୁଲେଇ ନେଇ ଯାଆନ୍ତୁ । ଆପଣ ଦେଖିବେ ଆପଣଙ୍କୁ କେତେ ଖୁସି ମିଳିବ ।
ମକର – ଆଜି ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢିବ । ଆଜି ଆପଣଙ୍କୁ ଜାଣିବାକୁ ଇଛା ହେବକି ଆପଣ କୋଉଁ ଦିଗରେ ଅଗ୍ରସର ହେଉଛନ୍ତି ।ଏହି ପଥରେ ଚାଲି ଆପଣନିଜକୁ ଠିକ ଭାବରେ ବୁଝିପାରିବେ ।
କୁମ୍ଭ – ଆଜି ଆପଣ ନିଜ ବନ୍ଧୁମାନଙ୍କ ସହ ନାଚ ଗୀତରେ ବ୍ୟସ୍ତରହିବେ । ଆଜି ଆପଣଙ୍କ ବନ୍ଧୁ ଆପଣଙ୍କ ଘରକୁ ଯାଇପାରନ୍ତି ।ଆପଣ ତାଙ୍କୁ ସ୍ୱାଗତ କରନ୍ତୁ । ସେମାନଙ୍କ ସହ ସାକ୍ଷାତ ପରେ ଆପଣଙ୍କ ମତାନ୍ତର ଶେଷ ହୋଇଯିବ ।
ମୀନ – ଆଜି ଆପଣ କୌଣସି ଏକ ସାମାଜିକ ସମାରୋହର ଭାଗ ନେବେ । ଏହି ସମାରୋହର ଆପଣଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ହୋଇପାରେ । ଏହି ସମାରୋହରେ ଯିବା ଦ୍ୱାରା ଆପଣଙ୍କୁ ବହୁତ ଖୁସି ଲାଗିବ ।

Get real time updates directly on you device, subscribe now.