fbpx

ରାଜ୍ୟରେ ଏବେ ବଦଳିବେନି ପିସିସି ସଭାପତି

ଭୁବନେଶ୍ୱର, ୨୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ବଦଳିବେ ନାହିଁ ବୋଲି ସୂଚନା ମିଳିଛି । ଡିସେମ୍ବର ଯାଏ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିବେ । ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଖୁବଶୀଘ୍ର ନୂଆ ପ୍ରଦେଶ କଂଗ୍ରେସ କମିଟି ଘୋଷଣା କରାଯିବ । ପ୍ରଥମେ ଜିଲ୍ଲା, ବ୍ଲକ ଓ ପରେ ରାଜ୍ୟ ସ୍ତରୀୟ କମିଟି ଘୋଷଣା ହେବ । ଏନେଇ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ମିଳିଛି ବୋଲି ନିରଞ୍ଜନ କହିଛନ୍ତି । ସେପ୍ଟେମ୍ବରରେ ସବୁ କମିଟିର ପୁନର୍ଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ବର୍ତ୍ତମାନ ଦଳର ହାଇକମାଣ୍ଡ ପରିବର୍ତ୍ତନ ଠିକ ନୁହେଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.