fbpx

ବ୍ୟକ୍ତିଙ୍କ ହନିମୁନ ପାଇଁ ହିରୋସୀମାରେ ପଡିଥିଲା ପରମାଣୁ ! କ୍ୟୁଟୋରେ ପଡିବାର ଥିଲା, ପଢନ୍ତୁ ଏ ରୋଚକ ରିପୋର୍ଟ

ଓଡିଶା ଭାସ୍କର: ଜାପାନ ଉପରେ ହୋଇଥିବା ପରମାଣୁ ବୋମା ଆକ୍ରମଣ ଏବେ ବି ବିଶ୍ୱର ଛାତିରେ ଜାଗ୍ରତ ରହିଛି । ମାନବ ସଭ୍ୟତା ସେହି ଦୃଶ୍ୟକୁ ଭୁଲିବା ବି ଅସମ୍ଭବ ଭଳି । ମାତ୍ର କେଇ ମିନିଟରେ ଲକ୍ଷ ଲକ୍ଷ ଅମୂଲ୍ୟ ଜୀବନ ଏହି ପରମାଣୁ ଆକ୍ରମଣରେ ପ୍ରାଣ ହରାଇଥିଲେ । ତେବେ ଆପଣ ଜାଣିଛନ୍ତି କି, ହିରୋସୀମାରେ ପକାଯାଇଥିବା ପରମାଣୁ ବୋମା ବାସ୍ତବରେ ପଡିବାର ଥିଲା କ୍ୟୁଟୋରେ ।

୧୯୨୦ ମସିହାର କଥା । ଆମେରିକାର ତତ୍କାଳିନ ଯୁଦ୍ଧ ମନ୍ତ୍ରୀ ହେନରୀ ଏଲ. ଷ୍ଟିମସନ ନିଜର ପତ୍ନୀଙ୍କ ସହ କ୍ୟୁଟୋ ସହରରେ ହନିମୁନର ରଙ୍ଗୀନ ଦୁନିଆରେ ରାଜ କରୁଥିଲେ । ଜାପାନର କ୍ୟୁଟୋ ପହଞ୍ଚିବା ପରେ ସେଠାକାର ସୁନ୍ଦରତା ଓ ଶାନ୍ତ ପରିବେଶ ତାଙ୍କର ହୃଦୟ ଜିଣି ନେଇଥିଲା । ତାଙ୍କ ପତ୍ନୀଙ୍କୁ ବି ଦୁନିଆର ବାକି ସହରରୁ ଏହି ସ୍ଥାନ ବହୁତ ପସନ୍ଦ ଆସିଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଯେତେବେଳେ ଜାପାନକୁ ପାନେ ଦେବାକୁ ଚାହିଁଲା ସେହି ସମୟରେ ପରମାଣୁ ଆକ୍ରମଣ ପାଇଁ ହିରୋସୀମା, ନାଗାସାକୀ ଓ କ୍ୟୁଟୋକୁ ଚୟନ କରିଥିଲା । ମାତ୍ର ଅନ୍ତିମ ସମୟରେ ଷ୍ଟିମସନ ଏହା ଜାଣିବା ପରେ, କ୍ୟୁଟୋର ନାମକୁ ତାଲିକାରୁ ହଟାଇ ଦେଇଥିଲେ । କାରଣ ୨୫ ବର୍ଷ ପୂର୍ବେ ଏହି ସହରରେ ସେ ହନିମୁନ ମନାଇଥିଲେ ନିଜ ପତ୍ନୀଙ୍କ ସହ । ତାହାସହ କ୍ୟୁଟୋ ସହ ତାଙ୍କର ଆବେଗିକ ସମ୍ପର୍କ ରହିଥିଲା । ସହର ତାଙ୍କୁ ସୁନ୍ଦର ଲାଗୁଥିଲା । ଷ୍ଟିମସନଙ୍କ ଏହି ହନିମୁନ ଏକ ବଡ ବିପଦରୁ କ୍ୟୁଟୋକୁ ରକ୍ଷା କରିଥିଲା । ଆମେରିକା କେବଳ ହିରୋସୀମା ଓ ନାଗାସାକୀ ଉପରେ ପରମାଣୁ ଆକ୍ରମଣ କଲା । ଷ୍ଟିମସନଙ୍କୁ ପ୍ରାଣପଣେ ଚେଷ୍ଟା କରିଥିଲେ ଏହି ନିଷ୍ପତ୍ତିକୁ ସଫଳ କରିବା ପାଇଁ ଓ ସଫଳ ବି ହୋଇଥିଲେ ।

Get real time updates directly on you device, subscribe now.