fbpx

ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Advertisement

ଉଦଳା: ସ୍କୁଲକୁ ଯିବା ବାଟରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ରାସ୍ତା ମଝିରେ ଶିକ୍ଷକ-ଶକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଜାଣିବାକୁ ମିଳିଛି । ଖୁଣ୍ଟା ଥାନା ଗଡ଼ିଗାଁ ରାସ୍ତାରେ ଉଭୟଙ୍କ ଉପରେ ଆକ୍ରମଣ କରାଯାଇଛି । ତେବେ ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ଗୁରୁତର ଆହତ ହୋଇଛନ୍ତି ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀ । ଲହୁ ଲୁହାଣ ଅବସ୍ଥାେ ରଗୁରୁତର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରାଯାଇ କପ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଉଭୟଙ୍କୁ ଅଚାନକ ଆକ୍ରମଣ କରିଥିଲା । ଏ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ସ୍ଥାନୀୟ ପୋଲିସ ।

Get real time updates directly on you device, subscribe now.