fbpx

ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

କଟକ, ୧୫ା୨(ଓଡ଼ିଶା ଭାସ୍କର): କଟକ ସ୍ଥିତ ବାଙ୍କୀର ଖଜୁରୀପଦା ନୂଆଗାଁରେ ମରଣାନ୍ତକ ଆକ୍ରମଣ ହୋଇଛି । ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଫାର୍ସା ମାଡ଼ରେ ସହଯୋଗୀ ଆଦିତ୍ୟ ରଣସିଂହ ମୃତ ହୋଇଛନ୍ତି । ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଗୁରୁତର ଭାବେ ଆହତ ହୋଇଯାଇଥିଲେ । ଏନେଇ ତାଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜନୈତିକ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି । ଏହାସହ ବାଙ୍କୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.