fbpx

ସଂପର୍କୀୟଙ୍କ ମା ଓ ଝିଅକୁ ଛୁରୀ ଭୁସି ହତ୍ୟା ଉଦ୍ୟମ

ଆଠଗଡ଼, ୨୬/୯(ଓଡିଶା ଭାସ୍କର): ଆଠଗଡରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମାଆ ଓ ତାର ୬ ବର୍ଷର ଝିଅକୁ ଛୁରି ଭୁସି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। ବାଇକରେ ଆଣୁଥିବା ସଂପର୍କୀୟ ହଠାତ୍ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖୁଣ୍ଟୁଣି ଥାନା ଘଣ୍ଟିଖାଲ ଦ୍ୱାରବତୀପୁର ନିକଟରେ ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। କିନ୍ତୁ ମା ଝିଅଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଆକ୍ରମଣ କରିଥିବା ସମ୍ପର୍କୀୟ ଫେରାର ହୋଇଯାଇଥିବା ସୂଚନା ରହିଛି।

Get real time updates directly on you device, subscribe now.