fbpx
BJD
BJD SKY
BJD SKY

ଆଜିଠାରୁ SCBରେ ଆରମ୍ଭ ହେବ ଆଟେଣ୍ଡାଣ୍ଟ ପାସ୍ ବ୍ୟବସ୍ଥା, ପ୍ରତ୍ୟେକ ୱାର୍ଡରୁ ସଂଗ୍ରହ ହେବ ରକ୍ତ ନମୂନା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ବଡ଼ ଡାକ୍ତରଖାନା (ଏସସିବି)ରେ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ସବୁ ୱାର୍ଡରୁ ରକ୍ତ ନମୂନା ସଂଗ୍ରହ ହେବ । ୱାର୍ଡମାନଙ୍କରୁ ଗହଳି ହଟାଇବା ପାଇଁ ଜଣେ ରୋଗୀଙ୍କୁ ଜଣେ ଆଟେଣ୍ଡାଣ୍ଟ ପାସ୍ ବ୍ୟବସ୍ଥା ଲାଗୁ ହେବ । ପ୍ରଥମ ପର୍ଯ୍ୟାୟରେ ଏସସିବିର ବ୍ୟସ୍ତବହୁଳ ମେଡିସିନ୍ ବିଭାଗାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଆସନ୍ତା ମାସ ୧ ତାରିଖ ସୁଦ୍ଧା ପ୍ରତ୍ୟେକ ବିଭାଗରେ ଜଣେ ରୋଗୀଙ୍କୁ ଜଣେ ଆଟେଣ୍ଡାଣ୍ଟ ବା ପାସ୍ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଏସସିବି କୁଳସଚିବ ସୂଚନା ଦେଇଛନ୍ତି । ଏନେଇ ଅଧିକ ଆଟେଣ୍ଡାଣ୍ଟ ଆବଶ୍ୟକ ନେଇ ଯଦି ଡାକ୍ତର ଓ ନର୍ସ ରିପୋର୍ଟ ଦିଅନ୍ତି, ତେବେ ଅଧିକ ଆଟେଣ୍ଡାଣ୍ଟ ପାସ୍ ପ୍ରଦାନ କରାଯିବ ।

ଏସସିବିରେ ଏହି ବ୍ୟବସ୍ଥା ଲାଗୁ ହେବା ଫଳରେ ୱାର୍ଡ ମଧ୍ୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିବ । ଫଳରେ ଦଲାଲମାନଙ୍କର ମନମୁଖୀ କାର୍ଯ୍ୟ ଉପରେ ଅଙ୍କୁଶ ଲାଗି ପାରିବ । ଏସସିବିରେ ନୂଆ କୁଳସଚିବ ଯୋଗଦେବା ପରେ ରୋଗୀ ସେବା କ୍ଷେତ୍ରରେ ଓ ବ୍ୟବସ୍ଥାରେ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନିଆଯାଇଛି । ପୂର୍ବରୁ ଏସସିବିରେ ଅନଲାଇନ ଓପିଡି ଟିକେଟ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଫଳରେ ଦୈନିକ ହଜାର ହଜାର ରୋଗୀଙ୍କୁ ଅନଲାଇନ୍ ଟିକେଟର ସୁଫଳ ମିଳିପାରୁଛି ।

Get real time updates directly on you device, subscribe now.