ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ସେପ୍ଟେମ୍ୱର ୩୦ରୁ ଆରମ୍ଭ ହେବ ମ୍ୟାଚ୍।

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ୱର ୩୦ରୁ ଭାରତରେ ହେବାକୁ ଥିବା ମହିଳା ଓ୍ୱାନଡେ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ତାର ୧୫ ଜଣିଆ ଦଳ ଘୋଷଣା କରିଛି।

ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଏହି ମେଗା ଟୁର୍ଣ୍ଣାମେଣ୍ଟର ଅଧିନାୟକ ଦାୟିତ୍ୱ ଅଭିଜ୍ଞ ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ ଆଲିସା ହିଲିଙ୍କୁ ଦେଇଛି। ଏହାସହ ଓ୍ୱାନଡେ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ମହିଳା ଦଳରେ ସାମିଲ ଖେଳାଳିଙ୍କ ମଧ୍ୟରୁ ୧୦ ଜଣ ଖେଳାଳିଙ୍କର ଓ୍ୱାନଡେ ବିଶ୍ୱକପରେ ଖେଳିବାର ଅଭିଜ୍ଞତା ରହିଛି।

ସୋଫି ମୋଲିନେକ୍ସ ଦଳକୁ ଫେରିଛନ୍ତି: ଯଦି ଦେଖିବା ଦୀର୍ଘ ସମୟ ଧରି ଆହତ କାରଣ ପାଇଁ ଖେଳୁନଥିବା ସୋଫି ମୋଲିନକ୍ସ ମଧ୍ୟ ମହିଳା ODI ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି।

ଏହା ବ୍ୟତୀତ ଲେଗ୍-ସ୍ପିନର ଜର୍ଜିଆ ୱାରେହାମଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଯିଏ ନିକଟରେ ସରିଥିବା ଦି ହଣ୍ଡରେଡ୍ ସିଜନରେ ଆଘାତ ଯୋଗୁଁ ବାହାରେ ଥିଲେ।

ଗତ ବର୍ଷ ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁଁ ସୋଫି ମୋଲିନକ୍ସ ଏପର୍ଯ୍ୟନ୍ତ ଦଳରୁ ବାହାରେ ଥିଲେ। ଯାହା ପରେ ତାଙ୍କୁ ବିଶ୍ୱକପ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରାଯାଇଥିଲା।

ଅଷ୍ଟ୍ରେଲିଆ ଦଳର ଫିଜିଓ କେଟ୍ ବିୟରୱର୍ଥ ସୋଫି ମୋଲିନକ୍ସ ବିଷୟରେ କହିଛନ୍ତି ଯେ ସେ ଆଣ୍ଠୁ ଆଘାତରୁ ଏବେ ବହୁ ପରିମାଣରେ ସୁସ୍ଥ ହେଉଛନ୍ତି ଏବଂ ଆମେ ଆଶା କରୁଛୁ ଯେ ସେ ବିଶ୍ୱକପ୍ ମ୍ୟାଚ୍ ପାଇଁ ଫିଟ୍।

ମହିଳା ODI ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆର ଦଳ:

ଆଲିସା ହିଲି (ଅଧିନାୟିକା), ଡାର୍ସି ବ୍ରାଉନ୍, ଆଶ୍ଲେ ଗାର୍ଡନର, କିମ୍ ଗର୍ଥ, ଗ୍ରେସ୍ ହାରିସ୍, ଆଲାନା କିଙ୍ଗ, ଫବି ଲିଚଫିଲ୍ଡ,, ଟାହଲିଆ ମ୍ୟାକଗ୍ରା, ସୋଫି ମୋଲିନକ୍ସ, ବେଥ୍ ମୁନି, ଏଲିସ୍ ପେରି, ମେଗାନ୍ ସ୍କଟ, ଆନାବେଲ୍ ସଦରଲାଣ୍ଡ, ଜର୍ଜିଆ ଭୋଲ୍, ଜର୍ଜିଆ ୱାରେହାମ୍।