fbpx

Ashes କବଜା କଲା ଅଷ୍ଟ୍ରେଲିଆ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ୯ ଜଣ ଖେଳାଳି ଦୁଇଅଙ୍କ ଟପିପାରିଲେନି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆସେସ ସିରିଜକୁ ଅଷ୍ଟ୍ରେଲିଆ ହାତେଇ ନେଇଛି । ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ୧୪ ରନରେ ପରାସ୍ତ ହୋଇଛି । ଖେଳ ଆହୁରି ଦୁଇଦିନ ବାକି ଥିବା ବେଳେ ଇଂଲଣ୍ଡ ଅଷ୍ଟ୍ରେଲିଆନ ବୋଲର ସ୍କଟ ବୋଲାଣ୍ଡଙ୍କ ଆଗରେ ଚିତପଟାଙ୍ଗ ମାରିଛି । ଆଗକୁ ଆଉ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବାବେଳେ ୩-୦ରେ ଅଷ୍ଟ୍ରେଲିଆ ସିରିଜରେ ଆଗୁଆ ରହିଛି ।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଇନିଂସରେ ୧୮୫ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଅଧିନାୟକ ଜୋ ରୁଟ୍ ସର୍ବାଧିକ ୫୦ ରନ ସଂଗ୍ରହ କରିଥିବା ବେଳେ ବେୟାରଷ୍ଟୋ ୩୫ ଓ ଷ୍ଟୋକ୍ସ ୨୫ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ କମିନ୍ସ ୩ଟି, ଲାୟନ ୩ଟି, ଷ୍ଟାର୍କ ୨ଟି, ବୋଲାଣ୍ଡ ଓ ଗ୍ରୀନ ୧ଟି ଲେଖାଏଁ ୱକେଟ ହାସଲ କରିଥିଲେ । ଏହାପରେ ପ୍ରଥମ ଇଂନିଂସରେ ଅଷ୍ଟ୍ରେଲିଆ ୨୬୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମାର୍କସ ହାରିସ ସର୍ବାଧିକ ୭୬ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ସର୍ବାଧିକ ୪ଟି ୱିକେଟ ହାସଲ କରିଥିବା ବେଳେ ରବିନସନ ୨ଟି, ମାର୍କ ଉଡ ୨ଟି, ଷ୍ଟୋକ୍ସ ଓ ଜାକ୍ ଲିଚ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତେବେ ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ମାତ୍ର ୬୮ ରନରେ ଅଲଆଉଟ ହେବା ସହ ୧୪ ରନରେ ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ରୁଟ ୨୮ ଓ ଷ୍ଟୋକ୍ସ ୧୧ ରନ ସଂଗ୍ରହ କରିଥିବା ବେଳେ ୯ ଜଣ ଖେଳାଳି ଦୁଇ ଅଙ୍କ ଟପି ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ସର୍ବାଧିକ ୬ଟି, ଷ୍ଟାର୍କ ୩ଟି ଓ ଗ୍ରୀନ ଗୋଟିଏ ୱିକେଟ ହାସଲ କରିଥିଲେ ।

Get real time updates directly on you device, subscribe now.