fbpx
BJD SKY
BJD SKY

(Video)ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନାକରେ କନ୍ଦାଇଲେ ଭାରତୀୟ ପୁଅ, ଦଳକୁ ସାଥ ଦେଲେ ମିଚେଲ ଏବଂ ନିସାମ

BJD

ଓଡିଶା ଭାସ୍କର; ଆଜି ଧର୍ମଶାଳାଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିଛି ଟିମ୍ ଅଷ୍ଟ୍ରେଲିଆ । ନିଜର ଚିରାଚରିତ ପ୍ରତିଦ୍ୱନ୍ଦୀ ନ୍ୟୁଜିଲାଣ୍ଡକୁ ଅତି ରୋମାଞ୍ଚକର ସହ ୫ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । କିନ୍ତୁ ଅଷ୍ଟ୍ରେଲିଆର ୩୮୯ ରନର ବିଶାଳ ଲକ୍ଷ୍ୟକୁ ଭୟ ନକରି ନିଜର ଦମଦାର ଲଢେଇ ଜାରି ରଖିଥିଲା ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ୫୦ ଓଭର ମ୍ୟାଚରେ ମୋଟ ୩୮୩ ରନ ସଂଗ୍ରହ କରି ଶେଷରେ ମାତ୍ର ୫ ରନ ପାଇଁ ପରାଜୟ ସାମ୍ନା କରିଛି ନ୍ୟୁଜିଲାଣ୍ଡ ।

ଚଳିତ ଆଇସିସି ବିଶ୍ୱକପରେ ଏହା ଏକ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ମ୍ୟାଚ ହୋଇଥିବା ବେଳେ ବିପକ୍ଷ ଅଷ୍ଟ୍ରେଲିଆକୁ ନାକରେ କନ୍ଦାଇ ଦେଇଛନ୍ତି ଭାରତୀୟ ପୁଅ । କାରଣ ନ୍ୟୁଜିଲାଣ୍ଡର ଏହି ଲଢେଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର । ନ୍ୟୁଜିଲାଣ୍ଡ ପଟେ ଖେଳୁଥିବା ଭାରତୀୟ ବଂଶୋଦ୍ଭବ ରବୀନ୍ଦ୍ର ଚଉକା ଛକା ମାରି ନିଜର କମାଲ ଦେଖାଇଛନ୍ତି। ଯାହାକୁ ନେଇ ତାଙ୍କ ମାଡ଼ରେ ଘାଇଲା ହୋଇଯାଇଥିଲା ଅଷ୍ଟ୍ରେଲିଆ । ହେଲେ ରବୀନ୍ଦ୍ର ପଡ଼ିଆରେ ଥିବା ସମୟରେ ତାଙ୍କୁ ଅନ୍ୟ ଖେଳାଳି କେହି ସାଥ ଦେଲେ ନାହିଁ । ଯେଉଁଥି ପାଇଁ ଶେଷରେ ଲଢ଼ି ଲଢ଼ି ପରାସ୍ତ ହୋଇଛି ନ୍ୟୁଜିଲାଣ୍ଡ ଟିମ୍ ।

ଏହି ମ୍ୟାଚରେ ରବୀନ୍ଦ୍ର ମୋଟ ୧୧୬ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ବୃଦ୍ଧି କରିଥିବା ବେଳେ ମିଚେଲ ଏବଂ ନସିମ ଦଳକୁ ସାଥ ଦେଇଥିଲେ । ଜେମ୍ସ ନିସାମ ଶେଷ ବେଳକୁ ୫୮ ରନ କରିଥିବା ବେଳେ ଡାରିଲ୍ ମିଚେଲ ୫୪ ରନ କରିଥିବା ଦେଖିବାକୁ ମିଳିଥିଲା । ତେବେ ରାଚିନ ରବୀନ୍ଦ୍ର, ଜେମ୍ସ ନିସାମ ଓ ଡାରିଲ୍ ମିଚେଲଙ୍କୁ ବାଦ ଦେବା ପରେ ଅନ୍ୟ କୌଣସି ନ୍ୟୁଜିଲାଣ୍ଡ ଖେଳାଳି ଭଲ ପଦର୍ଶନ କରି ନାହାନ୍ତି । ଯାହାକୁ ନେଇ ମାତ୍ର ୫ ରନରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି ନ୍ୟୁଜିଲାଣ୍ଡ ।

Get real time updates directly on you device, subscribe now.