fbpx

ଅଜାଣତରେ ବି ଏହି ଖାଦ୍ୟ ଖାଇଲେ ଶରୀର ପାଇଁ ଘୋର ବିପଦ

ଆପଣମାନେ ଦୈନନ୍ଦିନ ଜୀବନରେ ସେବନ କରୁଥିବା ଖାଦ୍ୟସାମଗ୍ରୀ ଆପଣଙ୍କ ପାଇଁ ବିପଦ ଆଣିପାରେ । ଏହା କଥା ହୁଏତ ଆପଣମାନେ ଜାଣିନଥିବେ ଆମେ ଖାଉଥିବା ଖାଦ୍ୟରେ ବିଷ ଭରି ରହିଛି । ତେଣୁ ଏହା ପ୍ରତି ସତର୍କ ରହିବା ନିହାତି ଦରକାର ।

ଚେରି ମଞ୍ଜି: ଚେରି ଆମକୁ ଅନେକ ରୋଗରୁ ରକ୍ଷା କରିବା ସହ ପାଚନ କ୍ରିୟା ଠିକ ଭାବରେ କରିଥାଏ । ଚେରି ମଞ୍ଜି ବହୁତ କଠିନ ଅଟେ ଓ ଏହି ମଞ୍ଜିରେ ପ୍ରୁସିକ ନାମକ ଏକ ଏସିଡ୍ ରହିଛି, ଯାହା କି ବହୁତ ବିଷାକ୍ତ ଅଟେ । ତେଣୁ ଚେରି ଖାଇବା ସମୟରେ ଏହାର ମଞ୍ଜିକୁ ଚୋବାଇ ଖାଇବା ଅନୁଚିତ ।

କଞ୍ଚା କାଜୁ: କାଜୁ ଖାଇବାକୁ ଯେତିକି ସ୍ୱାଦଯୁକ୍ତ, ସେତିକି ଭିଟାମିନରେ ମଧ୍ୟ ପରିପୂର୍ଣ୍ଣ । କଞ୍ଚା କାଜୁରେ ଏକ ବିଷାକ୍ତ ପଦାର୍ଥ ରହିଛି । ତେଣୁ କଞ୍ଚା କାଜୁ ଖାଇବା ଶରୀର ପାଇଁ କ୍ଷତିକାରକ ।

ସେଓ ମଞ୍ଜି: ସେଓ ମଞ୍ଜିରେ ସାମାନ୍ୟ ମାତ୍ରାରେ ସାଇନାଇଡ ରହିଥିବାରୁ ଏହା ଶରୀରରେ ହୃଦରୋଗ ଓ ଶ୍ୱାସକ୍ରିୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ । ତେଣୁ ସେଓ ଖାଇବା ସମୟରେ ଏହାର ମଞ୍ଜିକୁ ଖାଇବା ଅନୁଚିତ ।

ଜାଇଫଳ: ଜାଇଫଳ ଖାଦ୍ୟର ସ୍ୱାଦକୁ ବଢ଼ାଇବାରେ ସାହାଯ୍ୟ କରୁଥିଲେ ହେଁ ଏହାକୁ ଅଧିକ ପରିମାଣରେ ଖାଇବା ଅନୁଚିତ । ଜାଇଫଳରେ ମିରିଷ୍ଟିସିନ ନାମକ ଏକ ରାସାୟନିକ ପଦାର୍ଥ ରହିଛି । ଏହି ପଦାର୍ଥ ଦ୍ୱାରା ମୁଣ୍ଡ ବୁଲାଇବା, ହୃଦରୋଗ ଆଦି ହୋଇଥାଏ ।

ଛତୁ: ଛତୁ ଶରୀର ପାଇଁ ବହୁତ ଉପକାରୀ ଖାଦ୍ୟ ହୋଇଥିଲେ ହେଁ ଏହାକୁ ଚିହ୍ନି ଖାଇବା ଉଚିତ । ବିଶେଷ କରି ଜଙ୍ଗଲ ଅଞ୍ଚଳରେ ଅନେକ ବିଷାକ୍ତ ଛତୁ ମିଳିଥାଏ, ଯାହାକି ପେଟ ରୋଗ, ଯକୃତ ସମସ୍ୟା ଆଦି ସୃଷ୍ଟି କରିଥାଏ ।

ବିଲାତି ଆଳୁ: ହଳଦିଆ ରଙ୍ଗଯୁକ୍ତ ଓ ଅଙ୍କୁରିତ ଆଳୁରେ ଗ୍ଲାଇକୋସାଇଡ ନାମକ ଏକ ବିଷାକ୍ତ ପଦାର୍ଥ ରହିଛି । ଏହି ଗ୍ଲାଇକୋସାଇଡ୍ ଆମ ଶରୀରରେ ମୁଣ୍ଡବ୍ୟଥା ଆଦି ଅନେକ ରୋଗର କାରଣ ସାଜିଥାଏ ।

କଞ୍ଚା ରାଜମା: ରାଜମା ଖାଇବାକୁ ସ୍ୱାଦିଷ୍ଟ ହେଲେ ମଧ୍ୟ ଏଥିରେ ବିଷାକ୍ତ ପଦାର୍ଥ ରହିଛି । ତେଣୁ ରାଜମାକୁ ଖାଇବା ପୂର୍ବରୁ ଭଲ ଭାବରେ ସିଝାଇ ଖାଇବା ଉଚିତ ।

କଞ୍ଚା ଆମ୍ବ: ଆମ୍ବ ଖାଇବାକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଏହାଦ୍ୱାରା ମଧ୍ୟ ଶରୀରରେ ରୋଗ ବ୍ୟାପିଥାଏ । କଞ୍ଚା ଆମ୍ବର ଚୋପାକୁ ଆଲର୍ଜି ସମସ୍ୟା ଥିବା ଲୋକମାନେ ଖାଇବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.