fbpx

ଟ୍ୟାକ୍ସ ବେନିଫିଟ୍ : ଟିକସ ସଞ୍ଚୟ ପାଇଁ ନିଅନ୍ତୁ ଏହି ପଦକ୍ଷେପ, କରିବାକୁ ପଡିବ ନାହିଁ କୌଣସି ଇଭେଷ୍ଟମେଣ୍ଟ

ଭୁବନେଶ୍ୱର : ଆୟକର ବିଭାଗରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ରିହାତି ର ବାଟ ରହିଛିୂ ଯାହା ଟିକସ ଆୟ କୁ ହ୍ରାସ କରିବାରେ ସାହାଯ୍ୟ କରିବ । ଅଧିକାଂଶ ଲୋକ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (ପିପିଏଫ୍), ନ୍ୟାସନାଲ ପେନ୍ସନ୍ ସିଷ୍ଟମ୍ (ଏନପିଏସ୍) ଏବଂ ଇକ୍ୱିଟି ଲିଙ୍କ୍ ସେଭିଂ ସ୍କିମ୍ (ଇଏଲଏସଏସ) ପରି ଲୋକପ୍ରିୟ ଯୋଜନାରେ ବିନିଯୋଗ କରି ସେକ୍ସନ୍ ୮୦ ସୀମାକୁ ଅଧିକ ଉପଯୋଗ କରିବାକୁ ଚେଷ୍ଟା କରନ୍ତି । ତଥାପି ଟିକସ ସଞ୍ଚୟ କରିବାର ଅନ୍ୟାନ୍ୟ ଉପାୟ ରହିଛି, ଯାହା ଆମକୁ କୌଣସି ବିନିଯୋଗ ବିନା ଆମର ଟିକସ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ରାଜନୈତିକ ଦଳ ବା ଧାର୍ମିକ ସଂସ୍ଥାକୁ ପାଣ୍ଠି ଦେବା
ଯଦି ଆପଣ କୌଣସି ରାଜନୈତିକ ଦଳ କିମ୍ବା ଧାର୍ମିକ ଅନୁଷ୍ଠାନକୁୂ ଫାଣ୍ଠି ଯୋଗଉଛନ୍ତି, ତେବେ ଆପଣ ଟିକସ ଛାଡ ପାଇପାରିବେ । ଅନୁମୋଦିତ ରାଜନୈତିକ ଦଳ ବା ଦାନକାରୀ ସଂସ୍ଥାକୁ ଦିଆଯାଇଥିବା ଯେକୌଣସି ଦାନ ଆୟକର ଅଧିନିୟମର ଆଇନଗତ ରିହାତି ଭାବରେ ଦାବି କରାଯାଇପାରିବ ।

ଶିକ୍ଷା ଋଣ
ଯେଉଁ ଛାତ୍ରମାନେ ସେମାନଙ୍କ ଅଧ୍ୟୟନ ପାଇଁ ଶିକ୍ଷା ଋଣ ନେଇଛନ୍ତି, ସେମାନେ କୌଣସି ସୁଧ ପରିଶୋଧ ଉପରେ ଧାରା ୮୦ଇ ଅନୁଯାୟୀ ଟିକସ ଫେରିପାଇବାର ବ୍ୟବସ୍ଥାର ଲାଭ ଉଠାଇପାରିବେ । ଅବଶ୍ୟ, ରିହାତି କେବଳ ଇଏମଆଇ ର ସୁଧ ଉପରେ ଟ୍ୟାକ୍ସ ବେନିଫିଟ୍ ପାଇପାରିବେ କିନ୍ତୁ ଇଏମଆଇର ମୂଳ ଧନ ଉପରେ କୌଣସି ଟିକସ ବେନିଫିଟର ସୁବିଧା ପାଇବେ ନାହିଁ ।
ଭଡା
ଯଦି ଟିକସଦାତାମାନେ ଯଦି ଘର ଭଡାରୁ ରୋଜଗାର କରୁନଥିବା ବା ନିଜ ବେତନର କିଛି ଅଂଶ ଭଡାରେ ଦେଉଥିବେ, ତେବେ ସେମାନେ ଟ୍ୟାକ୍ସ ବେନିଫିଟ ପାଇଁ ଆବେଦନ କରିପାରିବେ । ସେମାନେ ଏହି ଅଧୀନରେ ୬୦,୦୦୦ ଟଙ୍କା ପର‌୍ୟ୍ୟନ୍ତ ରିହାତି ଦାବି କରିପାରିବେ।

Get real time updates directly on you device, subscribe now.