fbpx
BJD SKY
BJD SKY

Axis Bankର ଘୋଷଣା: FD ଉପରେ ମିଳିବ ୮ ପ୍ରତିଶତରୁ ଅଧିକ ସୁଧ, ଏପ୍ରିଲ ୪ରୁ ଲାଗୁ ହେବ ନିୟମ

BJD

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କମ୍ ନିବେଶରେ ସବୁବେଳେ ଅଧିକ ଫାଇଦା ପାଇବାକୁ ଚାହିଁଥାନ୍ତି । ତେଣୁ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଅଧିକାଂଶ ସମୟରେ ବ୍ୟାଙ୍କମାନେ ମଧ୍ୟ ଆଖିଦୃଶିଆ ଅଫର ଲଞ୍ଚ କରିଥାନ୍ତି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ଭଲ ନିବେଶ ସୁଯୋଗ ଆସିଛି । ଏଥିରେ ଆପଣମାନେ ନିବେଶ କରି ୮ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ ।

ସୂଚନା ମୁତାବକ, ପ୍ରାଇଭେଟ ସେକ୍ଟର ଋଣ ପ୍ରଦାନକାରୀ ଆକ୍ସିନ ବ୍ୟାଙ୍କ ନିକଟରେ ଏକ ବଡ଼ ଘୋଷଣା କରିଛି । ସ୍ଥାୟୀ ଜମା (ଏଫଡି) ଉପରେ ଗ୍ରାହକଙ୍କୁ ୮.୦୧ ପ୍ରତିଶତ ସୁଧ ପ୍ରଦାନ କରୁଛି ବ୍ୟାଙ୍କ । ୨ ବର୍ଷ ପାଇଁ ଗ୍ରାହକମାନେ ଏହି ଏଫଡିର ବେନିଫିଟ ଉଠାଇ ପାରିବେ । ବ୍ୟାଙ୍କ ୭ ଦିନରୁ ୧୦ ବର୍ଷ ଅବଧିର ଏଫଡି ଉପରେ ୩.୫ ପ୍ରତିଶତରୁ ୭ ପ୍ରତିଶତ ସୁଧ ପ୍ରଦାନ କରୁଛି ।

ସେହିପରି ବରିଷ୍ଠ ନାଗରିକଙ୍କୁ ୬ରୁ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ସାଧାରଣ ଗ୍ରାହକଙ୍କୁ ୨ ବର୍ଷରୁ ୩୦ ମାସ ପର୍ଯ୍ୟନ୍ତ ଏଫଡି ଉପରେ ୭.୨୬ ପ୍ରତିଶତ ସୁଧ ମିଳୁଛି । ଅନ୍ୟପକ୍ଷରେ ସିନିୟର ସିଟିଜେନଙ୍କ ପାଇଁ ସର୍ବାଧିକ ୮.୦୧ ପ୍ରତିଶତ ସୁଧ ମିଳୁଛି । ଏଥିସହିତ ୭ ଦିନରୁ ୪୫ ପର୍ଯ୍ୟନ୍ତ ୩.୫ ପ୍ରତିଶତ, ୪୬ରୁ ୬୦ ଦିନ ପର୍ଯ୍ୟନ୍ତ ୪ ପ୍ରତିଶତ, ୬୧ ଦିନରୁ ୩ ମାସ ପର୍ଯ୍ୟନ୍ତ ୪.୫ ପ୍ରତିଶତ, ୩ ମାସରୁ ୬ ମାସ ପର୍ଯ୍ୟନ୍ତ ୪.୭୫ ପ୍ରତିଶତ, ୬ ମାସରୁ ୯ ମାସ ପର୍ଯ୍ୟନ୍ତ ୫.୭୫ ପ୍ରତିଶତ ଓ ୯ ମାସରୁ ୧୨ ମାସ ପର୍ଯ୍ୟନ୍ତ ଏଫଡି ଉପରେ ୬ ପ୍ରତିଶତ ସୁଧ ମିଳୁଛି । ଏହି ନୂଆ ସୁଧ ହାର ଏପ୍ରିଲ ୪ ତାରିଖରୁ ଲାଗୁ ହୋଇ ଯାଇଛି ।

Get real time updates directly on you device, subscribe now.