fbpx

ଆଜମ ଖାନଙ୍କୁ ୧୦ ବର୍ଷ ଜେଲଦଣ୍ଡ: ପୁଣି ଝଟକା ଦେଲେ କୋର୍ଟ

Advertisement

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଜମଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିପାଇଁ ତାଙ୍କ ଉପରେ ୧୪ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆଜମଙ୍କ ବିରୋଧରେ ୧୦୮ଟି ମକଦ୍ଦମା ଦାୟର କରାଯାଇଥିବା ବେଳେ ସେଥିମଧ୍ୟରୁ ୮୦ଟି ମକଦ୍ଦମାର ଟ୍ରାଏଲ ଚାଲିଛି । ଗତ ୧୭ ମାସ ମଧ୍ୟରେ ୬ଟି ମାମଲାରେ ସପା ନେତାଙ୍କ ବିରୋଧରେ କୋର୍ଟ ସଜ୍ଜା ଶୁଣାଇ ସାରିଛନ୍ତି ।

ଡୁଙ୍ଗରପୁରର ଆଉ ଏକ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମଙ୍କୁ କୋର୍ଟ ଝଟକା ଦେଇଛନ୍ତି । କୋର୍ଟ ଆଜମଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କରିବା ସହ ୧୪ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି । ଶୁଣାଣି ଅବସରରେ ସପା ନେତା ସୀତାପୁର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇଥିଲେ । ୨୦୧୯ରେ ଡୁଙ୍ଗରପୁର ବସ୍ତିରେ ରହୁଥିବା ଲୋକଙ୍କୁ ଘର ଖାଲି କରିବା ନାମରେ ଲୁଟପାଟ, ଚୋରି, ମାରପିଟ ସମେତ ଅନ୍ୟ ଧାରାରେ ଗଞ୍ଜ ଥାନାରେ ଆଜମଙ୍କ ବିରୋଧରେ ୧୨ଟି ମକଦ୍ଦମା ଦାୟର ହୋଇଥିଲା । ସେଥିମଧ୍ୟରୁ ୩ଟି ମକଦ୍ଦମାର ନିଷ୍ପତ୍ତି ଶୁଣାଣି ସରିଥିବା ବେଳେ ୨ଟିରେ ଆଜମ ମୁକ୍ତ ହୋଇଛନ୍ତି । ଗୋଟିଏ ମାମଲାରେ ତାଙ୍କୁ ୭ ବର୍ଷର ଜେଲଦଣ୍ଡାଦେଶ ହୋଇଛି ।

Get real time updates directly on you device, subscribe now.