fbpx

ଓମିକ୍ରନ ଠାରୁ ମଧ୍ୟ ଅଧିକ ସଂକ୍ରାମକ ‘BA.2’, ଦେଢ଼ ଗୁଣା ଅଧିକ ବେଗରେ ବ୍ୟାପୁଛି ସବ୍ ଭାରିଆଣ୍ଟ: ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟେନରେ ଓମିକ୍ରନ ଭାରିଆଣ୍ଟର ସବ ଭାରିଆଣ୍ଟ କାୟା ବିସ୍ତାର କରିବାରେ ଲାଗିଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଓମିକ୍ରନର ଏହି ସବ୍ ଭାରିଆଣ୍ଟ ବିଏ.୨ ଅଧିକ ସଂକ୍ରାମକ । ଏହି ସବ୍ ଭାରିଆଣ୍ଟ ଡେନମାର୍କରେ ନିଜର ପ୍ରଭାବ ବିସ୍ତାର କରିଛି । ଦେଶର ଟପ୍ ଡିଜିଜ୍ ଅଥରିଟି ସିରମ ଇନଷ୍ଟିଚ୍ୟୁଟ୍ କହିଛି ଯେ ବିଏ.୨, ବିଏ.୧ ତୁଳନାରେ ଦେଢ଼ ଗୁଣା ଅଧିକ ସଂକ୍ରାମକ । ଫଳରେ ବ୍ରିଟେନରେ ଏହାର ଅଧିକାଂଶ ମାମଲା ଦେଖିବାକୁ ମିଳିଛି ।

ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଏହି ସବ୍ ଭାରିଆଣ୍ଟ ଅତି ସଂକ୍ରାମକ ହୋଇଥିଲେବି ଏପର୍ଯ୍ୟନ୍ତ ଏହା ଘାତକ ପ୍ରତୀୟମାନ ହୋଇନାହିଁ । ଏସଆଇଆଇ ଅନୁଯାୟୀ  ଏହି ଭାରିଆଣ୍ଟରେ ଆକ୍ରାନ୍ତ ହେବା ହସ୍ପିଟାଲରେ ଭର୍ତ୍ତି ହେବା ଓମିକ୍ରନ ଭାରିଆଣ୍ଟ ସହ ସମାନ । ଏସଏସଆଇର ଟେକ୍ନିକାଲ ଡାଇରେକ୍ଟର ଟୀରା ଗ୍ରୋଭ କହିଛନ୍ତି ଯେ ଏହି ଭାଇରସ ଅଧିକ ସଂକ୍ରାମକ ହୋଇନପାରେ ଖାସ୍ କରି ସେମାନଙ୍କ ପାଇଁ ଯେଉଁମାନେ ଭାକ୍ସିନ ନେଇଛନ୍ତି । ଅବଶ୍ୟ ଏହା ଭାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରୁଛି ।

ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟରେ ଆମେରିକାର ଅଧା ରାଜ୍ୟରେ ପହଞ୍ଚିଲାଣି । ଦେଶରେ ଏହା ସହ ଜଡ଼ିତ୧୨୭ ମାମଲା ସାମ୍ନାକୁ ଆସିଥିବା ନେଇ ସେଣ୍ଟର୍ସ ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରୋଟେକ୍ସନ କହିଛି । ସେପଟେ ୟୁକେ ହେଲ୍ଥ ସିକ୍ୟୁରିଟି ଏଜେନ୍ସୀ ଦ୍ୱାରା ଜାରି ରିପୋର୍ଟରେ କୁହାଯାଇଛି ଯେ ଜାନୁଆରୀ ୧୬ ପର୍ଯ୍ୟନ୍ତ ଇଂଲଣ୍ଡରେ ସବ୍ ଭାରିଆଣ୍ଟ ୩.୪ ପ୍ରତିଶତ ନୂଆ ମାମଲା ଦେଖିବାକୁ ମିଳିଛି ।

ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଭାରିଆଣ୍ଟ ଧୀରେ ଧୀରେ ବିକଶିତ ହୋଇପାରେ ଏବଂ ଓମିକ୍ରନର ମୂଳ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ହୋଇପାରେ । ଏବଂ ବ୍ରିଟେନରେ ସବୁଠୁ ପ୍ରଭାବଶାଳୀ ଭାରିଆଣ୍ଟ ହୋଇପାରେ । ଅବଶ୍ୟ ବ୍ରିଟେନ ସରକାରଙ୍କ ତରଫରୁ ଏହି ଭାରିଆଣ୍ଟଠାରୁ ଅଧିକ ଡରିବାର ଆବଶ୍ୟକ ନାହିଁ । ସୂଚନାଯୋଗ୍ୟ, ବ୍ରିଟେନରେ ସବୁ କୋଭିଡ କଟକଣା ହଟାଯିବା ନେଇ ଘୋଷଣା ହୋଇଛି ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ବିଏ.୨ ଭାରଆଣ୍ଟ ଯାଞ୍ଚ କରାଯାଇଥିଲା ଏବଂ ହେଲ୍ଥ ସିକ୍ୟୁରିଟି ଏଜେନ୍ସୀ ଅନୁଯାୟୀ ୨୪ ଜାନୁଆରୀ ସୁଦ୍ଧା ଏହି ସବ ଭାରିଆଣ୍ଟ ରେ ଇଂଲଣ୍ଡରେ ୧୦୭୨ ମାମଲା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.