fbpx

ପାକିସ୍ତାନ ୪ ଖଣ୍ଡ ହୋଇଯିବ, ୩ ଭାଗ ଭାରତକୁ ମିଳିବ: ବାବା ରାମଦେବଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଆଜି ସାରା ଭାରତବାସୀ ୭୪ତମ ସାଧାରଣତନ୍ତ୍ର ଦିବସ ମନାଉଛନ୍ତି । ତେବେ ଏହି ଅବସରରେ ଯୋଗଗୁରୁ ବାବା ରାମଦେବ ପଡ଼ୋଶୀ ପାକିସ୍ତାନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବର୍ତ୍ତମାନ ସମୟରେ ସାରା ବିଶ୍ୱର ରାଜନୀତିରେ ବହୁତ କିଛି ଦେଖିବାକୁ ମିଳୁଛି । ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ଅନପଟେ ଚୀନ-ପାକିସ୍ତାନ ପକ୍ଷରୁ ଭାରତ ସୀମାରେ ହରକତ ଲାଗି ରହିଛି ।

ବାବା ରାମଦେବ କହିଛନ୍ତି, ଏବେ ସମୟ ବଦଳି ଯାଇଛି । ଖୁବଶୀଘ୍ର ପାକ୍ ଅଧିକୃତ କଶ୍ମୀର ଭାରତ ସହିତ ମିଶିବ । ଏଥିସହିତ ପାକିସ୍ତାନ ୪ ଖଣ୍ଡ ହୋଇଯିବ । ୩ ଭାଗ ଭାରତ ସହିତ ମିଶିଯିବ । ପାକ୍ ଅଧିକୃତ କଶ୍ମୀର ଭାରତକୁ ମିଳିବ ଓ ବଲୁଚିସ୍ତାନ ଏକ ନୂଆ ଦେଶର ମାନ୍ୟତା ପାଇବ । ଭାରତ ସହିତ ମିଶିବା ପାଇଁ ସିନ୍ଧ ପ୍ରାନ୍ତରେ ମଧ୍ୟ ହଡ଼କମ୍ପ ଦେଖିବାକୁ ମିଳିଛି । ପାକିସ୍ତାନ ଭାଗ ଭାଗ ହୋଇଯିବ । ଗୋଟିଏ ଛୋଟ ଦେଶରେ ପରିଣତ ହେବ ପାକିସ୍ତାନ ।

ପାକିସ୍ତାନ ବିଭିନ୍ନ ଅଂଶରେ ଭାଗ ଭାଗ ହେବା ପରେ ଭାରତକୁ ୩ ଭାଗ ମିଳିବ । ଏହାଫଳରେ ଅଖଣ୍ଡ ଭାରତର ସ୍ୱପ୍ନ ପୂରଣ ହେବ । ତାଲିବାନମାନେ ଆଫଗାନିସ୍ତାନରେ ବେଶି ଦିନ ସମ୍ଭାଳି ପାରିବେ ନାହିଁ ବୋଲି ବାବା କହିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ପାକିସ୍ତାନ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ପାକିସ୍ତାନରେ ସବସିଡି ଯୁକ୍ତ ଅଟା ନେବାକୁ ଲମ୍ବା ଲାଇନ୍ ଲାଗୁଛି । ଏପରିକି ଲୋକମାନେ ଅଟା ନେବା ପାଇଁ ଲୋକମାନେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି ।

Get real time updates directly on you device, subscribe now.