fbpx
BSKY
BJD SHG SKY
BJD YOUTH SKY

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ହେଉଛି ସତ! ପୃଥିବୀକୁ ଧକ୍କା ଦେବ ସୌରଝଡ, ଆହୁରି ଅନେକ

ନୂଆଦିଲ୍ଲୀ: ଭେଙ୍ଗା ବାବାଙ୍କ ପ୍ରତିଟି ଭବିଷ୍ୟବାଣୀ ପ୍ରାୟତଃ ସତ ହେଉଛି । ଅନ୍ଧ ହୋଇଥିଲେ ମଧ୍ୟ ପୃଥିବୀର ଭବିଷ୍ୟତକୁ ସେ ସଠିକ ଭାବରେ ଦେଖି ପାରିଥିଲେ । ତେଣୁ ତାଙ୍କର ଏହି ସଠିକ ଭବିଷ୍ୟବାଣୀ ଯୋଗୁଁ ସେ ସବୁଆଡେ ପରିଚିତ ହୋଇପାରିଛନ୍ତି । ଦୀର୍ଘ ବର୍ଷ ତଳେ ବାବା ଭେଙ୍ଗା କରିଥିବା ଅନେକ ଭବିଷ୍ୟବାଣୀ ସତ ହୋଇଛି ବୋଲି କୁହାଯାଏ । ଏମିତି କି ସେ ପୂର୍ବରୁ ୯/୧୧ ଆତଙ୍କବାଦୀ ଆକ୍ରମଣ, ଫୁକୁସିମା ପରମାଣୁ ଆକ୍ରମଣ ଏବଂ ଆଇଆଇଏସର ଜନ୍ମକୁ ନେଇ ପୂର୍ବରୁ ସୂଚନା ଦେଇ ସାରିଥିଲେ । ତେବେ ୨୦୨୩କୁ ନେଇ ସେ କରିଥିବା ଭବିଷ୍ୟବାଣୀ ମଧ୍ୟ ସତ ହେବାକୁ ଯାଉଛି ।

ବହୁ ବର୍ଷ ପୂର୍ବେ ବାବା ଭେଙ୍ଗା ୨୦୨୩ରେ ପୃଥିବୀର ଘଟଣା ଅଘଟଣା ବିଷୟରେ ମଧ୍ୟ କହିଥିଲେ । ଏହି ବର୍ଷ ପୃଥିବୀ ସହ ଏକ ସୌର ଝଡ ଧକ୍କା ହେବ ବୋଲି କହିଥିଲେ ଭେଙ୍ଗା ବାବା । ଯାହା ଏବେ ସତ ହେବାକୁ ଯାଉଛି । ସୂର୍ଯ୍ୟ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଆପେକ୍ଷିକ ଶାନ୍ତି ଅବଧିରୁ ବାହାରି ଆସିପାରନ୍ତି, ଯେଉଁଥିପାଇଁ ପୃଥିବୀରେ ବଡ ସମସ୍ୟା ଦେଖିବାକୁ ମିଳିପାରେ । ଏଥିରୁ ନିର୍ଗତ ସୌରଜ୍ୱାଳା ଚୁମ୍ବକୀୟ ଶକ୍ତି ସହ ବୈଦ୍ୟୁତିକ ଶକ୍ତି ବୃଦ୍ଧି କରିଥାଏ । ଏହାଦ୍ୱାରା ଜିପିଏସ ଏବଂ ପାୱାର ଗ୍ରୀଡ ଭଳି ବିଭିନ୍ନ ସିଷ୍ଟମ ଉପରେ ପ୍ରଭାବ ପକାଇପାରେ । ଏହାଦ୍ୱାରା ପୃଥିବୀରେ ଏକ ବଡ ଧରଣର ବିଜୁଳି କାଟ୍ ଦେଖାଯାଇପାରେ । ଫଳରେ ସଞ୍ଚାର ଏବଂ ପରିବହନ ସମସ୍ୟା ଦେଇ ଗତି କରିପାରେ ପୃଥିବୀ । ଶେଷରେ ଏହି ଘଟଣା ସାମାଜିକ ଅରାଜକତା ଏବଂ ଅର୍ଥନୈତିକ ସଂକଟର ଏକ ବଡ କାରଣ ମଧ୍ୟ ହୋଇପାରେ । ଏହାବ୍ୟତୀତ ଦୈନନ୍ଦିନର ଜୀବନଶୈଳୀ ଉପରେ ହାର ପ୍ରଭାବ ଦେଖିବାକୁ ମିଳିପାରେ ।

ଏହି ଭବିଷ୍ୟବାଣୀ ସତ ହେବାକୁ ଯାଉଥିବା ବେଳେ ବାବା ଭେଙ୍ଗାଙ୍କ ଆଉ କିଛି ଭବିଷ୍ୟବାଣୀକୁ ନେଇ ଏବେ ଭୟ ବସା ବାନ୍ଧୁଛି ।

ପୃଥିବୀର କକ୍ଷରେ ପରିବର୍ତ୍ତନ: ୨୦୨୩ରେ ପୃଥିବୀର କକ୍ଷରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହାଦ୍ୱାରା ଗୁରୁତ୍ୱାକର୍ଷଣ ବଳର ସ୍ଥାନାନ୍ତରଣ ଯୋଗୁଁ ଗମ୍ଭୀର ପର୍ଯ୍ୟାବରଣୀୟ ପରିଣାମ ହୋଇପାରେ ।

ଜୈବିକ ଅସ୍ତ୍ର ଅତ୍ୟାଚାର: ଦ ବ୍ଲାଇଣ୍ଡ ସାଇକିକ ଏହା ଭବିଷ୍ୟବାଣୀ କରିଥିଲେ ଯେ, ଏକ ବଡ ଦେଶ ୨୦୨୩ରେ ଜୈବ ଅସ୍ତ୍ର ପରୀକ୍ଷଣ କରିବ । ସମ୍ଭବତଃ ଏକ ଲାବୋରେଟୋରୀରୁ ଜୈବିକ ଅସ୍ତ୍ର ସମ୍ମିଳନୀକୁ ଉଲ୍ଲଙ୍ଘନ କରିବାର ଭବିଷ୍ୟବାଣୀ କରିଥିଲେ ଭେଙ୍ଗା ବାବା ।

ପରମାଣୁ କାରଖାନାରେ ବିସ୍ଫୋରଣ: ୨୦୨୩ ମସିହାରେ ପରମାଣୁ କାରଖାନାରେ ବିସ୍ଫୋରଣ ହେବା ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା । ଏହି ବିସ୍ଫୋରଣ ଫଳରେ ଏସିଆରେ ବିଷାକ୍ତ ବାଦଲ ଘୋଟିଯିବାରୁ ବିଭିନ୍ନ ଦେଶକୁ ଏହା ବ୍ୟାପି ଯାଇଥିଲା ଏବଂ ଭୟାନକ ରୋଗର ଜନ୍ମ ହୋଇଥିଲା ।

ଲାବୋରେଟୋରୀରେ ଶିଶୁ ଜନ୍ମ: ୨୦୨୩ରୁ ମାନବ ଶିଶୁ ମଧ୍ୟ ଲାବୋରେଟୋରୀରେ ଜନ୍ମ ନେବେ ବୋଲି ସେ ପୂର୍ବରୁ ସୂଚନା ଦେଇଥିଲେ । ଏହା ଜନ୍ମ ପ୍ରକ୍ରିୟାକୁ ସମ୍ପୂର୍ଣ୍ର ରୂପେ ପରିବର୍ତ୍ତନ କରିପାରେ ବୋଲି କହିଥିଲେ ବାବା ଭେଙ୍ଗା ।

ଏଲିୟନ ଆକ୍ରମଣ: ତେବେ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ହେଉଛି ଏଲିୟନ ଆକ୍ରମଣ । ୨୦୨୩ରେ ଏଲିୟନ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ବୋଲି ସେ ପୂର୍ବାଭାସ ଦେଇଛନ୍ତି । ଏହା ଲକ୍ଷ ଲକ୍ଷଲୋକଙ୍କ ମୃତ୍ୟୁର ତାଣ୍ଡବ ରଚିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ । ଯାହାକୁ ନେଇ ଏବେ ଭୟ ବଢିବାରେ ଲାଗିଛି ।

Get real time updates directly on you device, subscribe now.