fbpx

କେବେ ଦେଖିଛନ୍ତି କି ଦୁଇ ମୁଣ୍ଡିଆ ବିରଳ କଇଁଛ?

ଆମେରିକାର ଭର୍ଜିନିଆ ପ୍ରଦେଶରେ ଦୁଇ ମୁଣ୍ଡିଆ କଇଁଛ ବେଶ ଚର୍ଚ୍ଚାର ବିଷୟ ପିଲଟିଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦୁଇ ମୁଣ୍ଡିଆ କଇଁଛକୁ ଜଙ୍ଗଲରୁ ଧରାଯାଇ ଏବେ ଭର୍ଜିନିଆ ମ୍ୟୁଜିୟମରେ ରଖାଯାଇଛି । ମ୍ୟୁଜିୟମ ପକ୍ଷରୁ ଫେସବୁକ୍ ଫୋଷ୍ଟ ଜରିଆରେ ଏହି ଆଶ୍ଚର୍ଯ୍ୟଜନକ ଓ ବିରଳ କଇଁଛର ଭିଡିଓ ଓ ଫଟୋ ସେୟାର କରାଯାଇଛି । ଦୁଇ ମୁଣ୍ଡିଆ କଇଁଛ ପାଇବା ବିରଳ ବୋଲି ବୈଜ୍ଞାନିକମାନେ ବି କହିଛନ୍ତି । ତେବେ ପଶୁମାନଙ୍କର ଏପରି ଅବସ୍ଥାକୁ ପଲିସିଫେଲ କୁହନ୍ତି । ସାପମାନଙ୍କ କ୍ଷେତ୍ରରେ ଏହା ଦେଖାଯାଉଥିବା ବେଳେ ଏପରି ହେବା ଦ୍ୱାରା ଅଧିକ କଷ୍ଟ ହୋଇଥାଏ । କାରଣ ଦୁଇ ମୁଣ୍ଡ ବିପରୀତ ଦିଗକୁ ଟାଣିହୋଇଥାଏ ।

Meet our 2-headed turtle!

The Virginia Living Museum यांनी वर पोस्ट केले शुक्रवार, १ मे, २०२०

Get real time updates directly on you device, subscribe now.