fbpx
BJD SKY
BJD SKY

Badminton Asia Team Championships; ଇତିହାସ ରଚିଲା ଭାରତୀୟ ମହିଳା ଦଳ: ପ୍ରଥମ ଥର ଫାଇନାଲରେ ଏଣ୍ଟ୍ରି

BJD

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଇତିହାସରେ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛନ୍ତି ଦେଶର ନାରୀଶକ୍ତି । ଇତିହାସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚିବାରେ ଭାରତର ପ୍ରଥମ ଦଳ ପାଲଟିଛନ୍ତି ମହିଳା ବ୍ୟାଡମିଣ୍ଟନ ଟିମ୍ । ଏହାପୂର୍ବରୁ କୌଣସି ପୁରୁଷ କିମ୍ବା ମହିଳା ଦଳ ଏଭଳି କରିବାରେ ସକ୍ଷମ ହୋଇନାହାନ୍ତି । ସେମି ଫାଇନାଲରେ ଜାପାନକୁ ମାତ୍ ଦେଇ ଫାଇନାଲରେ ସ୍ଥାନ ପକ୍କା କରିଛି ।

ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପର ସେମି ଫାଇନାଲରେ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଜାପାନ । ତେବେ ଏହି ମ୍ୟାଚରେ ଜାପାନକୁ ଚକମା ଦେଇ ଫାଇନାଲ ଟିକେଟ ହାସଲ କରିଛି । ଜାପାନକୁ ୩-୨ରେ ହରାଇ ଫାଇନାଲରେ ପ୍ରୋବଶ କରିଛି ଟିମ ଇଣ୍ଡିଆର ମହିଳା ବ୍ୟାଡମିଣ୍ଟନ ଦଳ । ଏହି ମ୍ୟାଚରେ ବିଶ୍ୱ ନମ୍ବର -୨୩ ର ଭାରତୀୟ ଯୋଡି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ପ୍ରଥମେ ଡବଲ୍ସ ଜିତିଥିଲେ। ପରେ ବିଶ୍ୱ ନମ୍ବର -୫ ର ମାନ୍ୟତା ଅସ୍ମିତା ଚଲିହା ଭାରତକୁ ସିଙ୍ଗଲ୍ସରେ ବିଜୟୀ କରାଇଲେ । ଶେଷରେ, ଅନମୋଲ ଖରବ ନିର୍ଣ୍ଣାୟକ ସିଙ୍ଗଲ୍ସ ଜିତି ଭାରତକୁ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ଦେଇଛନ୍ତି ।

ଷ୍ଟାର ଖେଳାଳିଙ୍କ ବିନା ଭାରତ ବିପକ୍ଷରେ ସେମି ଫାଇନାଲ ଖେଳୁଥିଲେ ମଧ୍ୟ ଜାପାନ ଭାରତକୁ କଡ଼ା ଟକ୍କର ଦେଇତିଲା । ପ୍ରଥମ ସିଙ୍ଗଲ୍ସରେ ପିଭି ସିନ୍ଧୁଙ୍କୁ ଆୟା ଓହୋରିଙ୍କ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ, ପ୍ରଥମ ଡବଲ୍ସରେ ତ୍ରିଶା ଏବଂ ଗାୟତ୍ରୀଙ୍କ ଯୋଡି ନାମି ମାତସୁୟାମା ଏବଂ ଚିହାରୁ ଶିଡାଙ୍କ ଯୋଡିକୁ ପରାସ୍ତ କରି ଭାରତକୁ ୧-୧ରେ ବରାବର କରିଥିଲେ।

Get real time updates directly on you device, subscribe now.