fbpx

Checking ବେଳେ ବ୍ୟାଗରେ ହେଲା ବିସ୍ଫୋରଣ: କୋଲକାତାର ରାଜରାସ୍ତାରେ ଧମାକା

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଘଟିଯାଇଛି ଏକ ଭୟଙ୍କର ବିସ୍ଫୋରଣ । ମାମଲାକୁ ନେଇ ସବୁଆଡ଼େ ଆତଙ୍କ ଖେଳିଯାଇଛି । ରାଜଧାନୀ କୋଲକାତାର ରାଜରାସ୍ତା ଏସଏନ ବାନାର୍ଜୀ ରୋଡରେ ଏହି ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ।

ରିପୋର୍ଟ ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୦୧.୪୫ରେ ତଲତଲା ପୋଲିସ ଷ୍ଟେସନକୁ ସନ୍ଦିଗ୍ଧ ବ୍ୟାଗକୁ ନେଇ ସୂଚନା ମିଳିଥିଲା । ଏହାପରେ ପୋଲିସ ବ୍ୟାଗ ଖୋଜିବା ଆରମ୍ଭ କରି ଦେଇଥିଲା । ତେବେ କୋଲକାତାର ଏସ.ଏନ ବାନାର୍ଜୀ ରୋଡରେ ଯାଞ୍ଚ କରୁଥିବା ବେଳେ ଅଚାନକ୍ ଏକ ବ୍ୟାଗ୍ ଭିତରୁ ବିସ୍ଫୋରଣ ହୋଇଛି । ଯାଞ୍ଚ ସମୟରେ ଏକ ପ୍ଲାଷ୍ଟିକ ବ୍ୟାଗରୁ ଏହି ବିସ୍ଫୋରଣ ହୋଇଥିବା ଜଣାଯାଇଛି । ତେବେ ଜଣେ ବ୍ୟକ୍ତି ଏହି ବ୍ୟାଗ୍ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ସଫେଇ କର୍ମଚାରୀ ଆହତ ହୋଇଛନ୍ତି । ତେବେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଏନ.ଆର.ଏସ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.