fbpx

କରମଣ୍ଡଳ ଟ୍ରେନ ଟ୍ରାେଜେଡି: ଦୁର୍ଘଟଣା ପରେ ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର

ବାଲେଶ୍ୱର: ବାଲେଶ୍ୱର କରମଣ୍ଡଳ ଟ୍ରେନ ଦୁର୍ଘଟରା ପରେ ବାହାନଗା ସ୍କୁଲ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମୃତଦେହ ରଖାଯାଇଥିବା ସ୍କୁଲଘର ଏବେ ଭଙ୍ଗାଯାଉଛି । ମୃତଦେହ ହଟିବା ପରେ ଯେତେବେଳେ ପିଲାମାନେ ଏଠାକୁ ପଢିବା ପାଇଁ ଆସିଥିଲେ, ସେମାନଙ୍କୁ ଏଠାକାର ପରିବେଶ ଖୁବ ଭୟଭୀତ କରିଥିଲା । ସବୁଦିନ ନିଜର ଲାଗୁଥିବା ଏହି ସ୍କୁଲ ବର୍ତ୍ତମାନ ପିଲାଙ୍କୁ ଡରାଇବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ଏହି ସ୍କୁଲ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଏହି ସ୍କୁଲ ଭଙ୍ଗାଯାଉଛି । ସ୍କୁଲ ଘରୁ ମୃତଦେହ ସବୁ ହଟିବା ପରେ ପିଲାମାନେ ଏବେ ସ୍କୁଲକୁ ଆସିବା ପାଇଁ ଭୟ କରୁଛନ୍ତି । ଏମିତିକି ସ୍କୁଲ ଘରୁ କିଛି ଅଜବ ଏବଂ ଭୟଙ୍କର ଶବ୍ଦ ଶୁଭୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ତେଣୁ ବାଧ୍ୟ ହୋଇ ଏବେ ଏହି ସ୍କୁଲକୁ ଭଙ୍ଗାଯିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।

Get real time updates directly on you device, subscribe now.