fbpx

ମେସିନ ନୁହେଁ, ‘ମାନବିକ ତ୍ରୁଟି’ ଯୋଗୁଁ ଘଟିଥିଲା ବାହାନଗାର ଦୁର୍ଘଟଣା: ରେଳବାଇର ରିପୋର୍ଟ

ବାଲେଶ୍ୱର: ବାହାନଗାର ଭୟାନକ ଟ୍ରେନ ଦୁର୍ଘଟଣାକୁ ଆଜି ଏକ ମାସ ପୂରି ଯାଇଛି । ଏହି ଦୁର୍ଘଟଣାରେ ୨୯୩ ଜଣ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ମାମଲାରେ ଦୁଇଟି ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ ଦୁର୍ଘଟଣା ସମ୍ପର୍କରେ ସିଆରଏସ ନିଜ ରିପୋର୍ଟ ଦାଖଲ କରିଥିବା ବେଳେ ସିବିଆଇ ତରଫରୁ କୌଣସି ରିପୋର୍ଟ ମିଳିନାହିଁ । କିନ୍ତୁ ଏହା ଭିତରେ ଇଣ୍ଡିଆନ ରେଲୱେ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଦୁର୍ଘଟରା ପାଇଁ ରେଳ ସୁରକ୍ଷା କମିଶନର ସିଗନାଲ ବିଭାଗର କର୍ମଚାରୀଙ୍କ ମାବିକ ତ୍ରୁଟିକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏଥିସହ ମେସିନ ତ୍ରୁଟି ବା ଏହାର ସମ୍ଭାବନାକୁ ଖଣ୍ଡନ କରିଛନ୍ତି ସିଆରଏସ । ସେପଟେ ଦୁର୍ଘଟଣା ପଛରେ ଅପରାଧିକ ଷଡଯନ୍ତ୍ର ଥିବା ସନ୍ଦେହରେ ରହିଛି ସିବିଆଇ । ତେଣୁ ଏହି ଦିଗରେ ସମ୍ଭାବନାକୁ ନେଇ ସିବିଆଇ ନିଜ ତଦନ୍ତ ଆଗକୁ ବଢାଇଛି । ତେବେ ଡିଜାଇନ ପରିବର୍ତ୍ତନ ହେବା ପରେ ମଧ୍ୟ ଯାଞ୍ଚର ଉପଯୁକ୍ତ ସୁରକ୍ଷା ପଦ୍ଧତି ଗ୍ରହଣ କରାଯାଇ ନଥିବାକୁ ନେଇ ପ୍ରଶ୍ନ ଉଠିବା ସହ ଏହା ଗ୍ରାଉଣ୍ଡ ଅଧିକାରୀଙ୍କ ଅବହେଳାକୁ ଦର୍ଶାଇଛି । ଅନ୍ୟ ପକ୍ଷରେ ଅଧିକାରୀମାନେ କହିଛନ୍ତି ଯେ, ସିଗନାଲିଂ ବିଭାଗ ବ୍ୟତୀତ ଡିଜାଇନରେ ପରିବର୍ତ୍ତନ ଆଣି ନଥିବା ଅନ୍ୟମାନଙ୍କ ସୁରକ୍ଷା ପ୍ରକ୍ରିୟା ପ୍ରତି ଅବହେଳାକୁ ମଧ୍ୟ ଦର୍ଶାଯାଇଛି । ତେଣୁ ସମ୍ପୃକ୍ତ ସମସ୍ତ ଦୋଷୀ(ଅଧିକାରୀ)ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇପାରେ ।

ସେଣ୍ଟ୍ରାଲ ଡାଇଗ୍ରାମ ସର୍କିଟରେ କରାଯାଇଥିବା ପରିବର୍ତ୍ତନକୁ ଦର୍ଶାଇବାରେ ବିଫଳ ହୋଇଥିଲା । ତେବେ ପରେ ବାର୍ଷିକ ତଦନ୍ତ ସମୟରେ ମଧ୍ୟ ଏହାକୁ ଅଣଦେଖା ହୋଇତିବା ସନ୍ଦେହ କରାଯାଉଛି । ତେଣୁ ଏହି ଭୁଲ କେବଳ ଜଣେ ଅଧିକାରୀଙ୍କର ବୋଲି କହିବା ଉଚିତ ହେବନି, ଏହି ଭୁଲରେ ଏକାଧିକ ଅଧିକାରୀଙ୍କର ତ୍ରୁଟି ରହିଛି । ଏ ନେଇ ଭାରତୀୟ ରେଲୱେର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.