fbpx

ରାତାରାତି କୋର୍ଟରେ ହାଜର ହେଲେ ‘ବାହାନଗା’ ଅଭିଯୁକ୍ତ: ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା

AAKASH

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କରିବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ସିବିଆଇ । ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ରାତାରାତି ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି । ଏହାସହିତ ୩ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ସିବିଆଇ ଅଧିକାରୀ । ରିମାଣ୍ଡରେ ନେଇ ମାମଲା ସମ୍ପର୍କରେ ପଚରାଉଚରା କରାଯିବ । ଏବଂ ଏହି ଭୟଙ୍କର ଦୁର୍ଘଟଣା ପଛର ପ୍ରକୃତ ସତ୍ୟତା ଖୋଜି ବାହାର କରିବା ପାଇଁ ସିବିଆଇ ଚେଷ୍ଟା କରିବ । ତେବେ କୋର୍ଟଙ୍କ ପକ୍ଷରୁ କୌଣସି ରାୟ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ ।

Get real time updates directly on you device, subscribe now.