କେବେ ଭାଙ୍ଗିବ କଳ୍କୀ ବାବାଙ୍କ ଆଶ୍ରମ? କାଲି ନୁହେଁ.. ଏହି ତାରିଖ ଯାଏଁ ବୈକୁଣ୍ଠ ଧାମ ଆଶ୍ରମକୁ ମିଳିଲା ସୁରକ୍ଷା

ଭୁବନେଶ୍ବର: ବାବା ବୈକୁଣ୍ଠ ଧାମ ଉପରେ ବୁଲିବନି ବୁଲଡେଜର । ଆସନ୍ତାକାଲି(ଶୁକ୍ରବାର) ବୈକୁଣ୍ଠ ଧାମ ଭାଙ୍ଗିବା ନେଇ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । ବୈକୁଣ୍ଠ ଧାନ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ ଜାରି କରାଯାଇଛି । ଡିସେମ୍ବର 12 ତାରିଖ ଯାଏଁ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ତେବେ ଆଶ୍ରମ ଭାଙ୍ଗିବା ନେଇ ଘୋଷଣା ପରେ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟ ଯାଇଥିଲେ । ଆସନ୍ତାକାଲି ଆଶ୍ରମ ଭାଙ୍ଗିବା ନେଇ ବିଡିଏ ଘୋଷଣା କରିଥିବା ବେଳେ ବର୍ତ୍ତମାନ ଏହା ଉପରେ ରହିତାଦେଶ କରିଛନ୍ତି ହାଇକୋର୍ଟ । 12 ତାରିଖ ଯାଏଁ ଆଶ୍ରମକୁ ସୁରକ୍ଷା ମିଳିଛି ।

ବାବା କାଶୀନାଥଙ୍କ ପାଇଁ ସାମ୍ନାକୁ ଆସିଥିଲେ କଲ୍କୀ । ପାଦତଳେ ତୁଳସୀ ପୂଜା କରି ବିବଦ ଘେରକୁ ଆସିବା ପରେ ଖୋଲିଥିଲା ଗୁମର ପେଢି । ତେବେ ଅଭିଯୋଗ ସାମ୍ନାକୁ ଆସିବା ସହିତ ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ବିଳାସପୂର୍ଣ୍ଣ ଜୀବନଯାପନ ସହିତ ଆପତ୍ତିଜନକ କାର୍ଯ୍ୟ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠ ଆଶ୍ରମ ତିଆରି ହୋଇଥିବା ନେଇ ଘୋଷଣା ହେବା ପରେ ଏହାକୁ ଶୁକ୍ରବାର ସକାଳ 8ଟାରେ ଭାଙ୍ଗିବା ପାଇଁ ବିଡିଓ ପକ୍ଷରୁ ଘୋଷଣା ହୋଇଥିଲା ।