fbpx

ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ ବାଲ ସାହିତ୍ୟ ଓ ଯୁବ ପୁରସ୍କାର

AAKASH

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ ବାଲ ସାହିତ୍ୟ, ଯୁବ ପୁରସ୍କାର । ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ପାଇବେ ବାଲ ପୁରସ୍କାର । ପୁସ୍ତକ ‘ଗପ କଳିକା’ ପାଇଁ ବାଲ ସାହିତ୍ୟ ପୁରସ୍କାର ପାଇବେ ମାନସ ରଞ୍ଜନ ସାମଲ । ସେହିଭଳି କଥାକାର ସଞ୍ଜୟ ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ।

ପୁସ୍ତକ ‘ହୁ ବାଇଆ’ ପାଇଁ ସଞ୍ଜୟଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର । ୨୦୨୩ ବର୍ଷ ପାଇଁ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ପାଇଥିଲେ ଯୁବଗାଳ୍ପିକ ଡିଲେଶ୍ୱର ରଣା । ସେ ତାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

Get real time updates directly on you device, subscribe now.