fbpx
BSKY SKY
BSKY SKY

ମନ୍ଦିର କି ମସଜିଦରେ Loud Speaker ଉପରେ ବ୍ୟାନ୍: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି

BSKY

ଭୋପାଲ: ବର୍ତ୍ତମାନ କୌଣସି ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବାଜିବା ନେଇ ରୋକ ଲଗାଇଛନ୍ତି ମଧ୍ୟପ୍ରଦେଶ ସରକାର । ରାଜ୍ୟର କୌଣସି ସାର୍ବଜନିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଭଳି ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଶପଥ ନେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟର କୌଣସି ଧାର୍ମିକ ସ୍ଥଳରେ ଉଚ୍ଚସ୍ୱରରେ ଲାଉଡ ସ୍ପିକର ବାଜିବା ଉପରେ କଟକଣା । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିଷ୍ପତ୍ତି ଭାବରେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ମୋହନ ଯାଦବ ।

ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବିଜେପି ବିଧାୟକ ମୋହନ ଯାଦବ ଶପଥ ଗ୍ରହଣ କରିଥିଲେ । ତେବେ ଏହାପରେ ପ୍ରଥମ ପଦକ୍ଷେପ ଭାବରେ ଧାର୍ମିକ ସ୍ଥଳରେ ଲାଉଡ ସ୍ପିକର ଉପରେ ବ୍ୟାନ୍ ଆଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ଧାର୍ମିକ ନେତାଙ୍କ ସହ ଉଚତ ସଞ୍ଚାର ଏବଂ ସମନ୍ୱୟ ପରେ ମନ୍ଦିର ଏବଂ ମସଜିଦରେ ଲାଉଡ ସ୍ପିକର ହଟାଇବା ପାଇଁ ପ୍ରୟାସ କରାଯିବ । ଏହି ନିୟମର ଉଲ୍ଲଙ୍ଘନ କରୁଥିବା ଧାର୍ମିକ ସ୍ଥଳଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବ ।

ତେବେ ଲାଉଡ ସ୍ପିକରର ଅନାବଶ୍ୟକ ବ୍ୟବହାର ଦ୍ୱାରା ଧ୍ୱନୀ ପ୍ରଦୂଷଣ ହେଉଛି । ଯାହାଦ୍ୱାରା ଲୋକମାନେ ନିଜ କାମରେ ଧ୍ୟାନ ଦେଇ ପାରୁନାହାନ୍ତି ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଶବ୍ଦ ଲୋକମାନଙ୍କ ନିଦରେ ମଧ୍ୟ ବାଧା ସୃଷ୍ଟି କରିପାରେ । ତେଣୁ ଲାଉଡ ସ୍ପିକର ବା ଡିଜେର ଦୂରୁପୋଯୋଗ ନ କରିବା ପାଇଁ ଏହି ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.