fbpx

Mobile ଉପରେ ଲାଗିଲା ବ୍ୟାନ୍ ଆଦେଶ: କୌଣସି ବ୍ୟକ୍ତି ନେଇ ପାରିବେନି ଫୋନ୍

AAKASH

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ବର୍ତ୍ତମାନ ଭାରତର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ପ୍ରତିଦିନ ରାମଲଲାଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଲାଗିଛି । ତେବେ ବର୍ତ୍ତମାନ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ରାମ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବରେ ମୋବାଇଲ ଫୋନ୍ ଉପରେ ପ୍ରତିବନ୍ଧକ ଲଗାଇଛି ଟ୍ରଷ୍ଟ । ପ୍ରଥମରୁ ସାଧାରଣ ଜନତାଙ୍କ ପାଇଁ ମୋବାଇଲ ଫୋନ୍ ବାରଣ କରାଯାଇଥିବା ବେଳେ ବର୍ତ୍ତମାନ ଭିଆଇପି ଏବଂ ଭିଭିଆଇପିଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି । ଆଇଜି ଏବଂ କମିଶନରଙ୍କ ସମେତ ରାମ ମନ୍ଦିର ଟ୍ରଷ୍ଟର ପଦାଧିକାରୀଙ୍କ ବୈଠକରେ ସର୍ବସମ୍ମତ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ଅଯୋଧ୍ୟା ରାମ ମନ୍ଦିର ଏବଂ ରାମ ଜନ୍ମଭୂମୀ ପରିସରରେ ପ୍ରସ୍ତୁତ ହେଉଥିବା ୭ଟି ଅନ୍ୟ ମନ୍ଦିର ସହିତ ଯୋଜନାକୁ ନେଇ ହେଉଥିବା ମନ୍ଦିର ନିର୍ମାଣ ସମିତିର ବୈଠକ ଅନୁଷ୍ଠିତ ହୋଇଛି । ରାମ ଜନ୍ମଭୂମୀ ପରିସରରେ ଜାରି ରହିଥିବା ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାମ ମନ୍ଦିରର ସୁରକ୍ଷା ଏବଂ ବ୍ୟବସ୍ଥା ଉପରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ମାନଙ୍କ ମଧ୍ୟରେ ସମସ୍ତ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ପାଇଁ ମୋବାଇଲ ବାରଣ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ବୈଠକ ।

Get real time updates directly on you device, subscribe now.