ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ଅଧିକ ସୁଧ ମିଳୁଥିବା ବିକଳ୍ପ ସନ୍ଧାନରେ ରହିଥାନ୍ତି । ବର୍ତ୍ତମାନ ସମୟରେ ବଜାରରେ ସ୍ଥାୟୀ ଜମା (ଏଫଡି), ରିକରିଂ ଡିପୋଜିଟ (ଆରଡି), ଜୀବନ ବୀମା (ଏଲଆଇସି), ପୋଷ୍ଟାଲ ଟର୍ମ ଡିମୋଜିଟ, ମ୍ୟୁଚୁଆଣ୍ଡ ଫଣ୍ଡ ଓ ଷ୍ଟକ ଆଦି ବିଭିନ୍ନ ପ୍ରକାରର ନିବେଶ ସୁବିଧା ରହିଛି ।
ସାଧାରଣ ଭାବେ ଅଧିକାଂଶ ଲୋକ ସେମାନଙ୍କର ଅର୍ଥକୁ ବ୍ୟାଙ୍କର ସେଭିଙ୍ଗସ ଆକାଉଣ୍ଟରେ ଜମା କରିଥାନ୍ତି । ମାତ୍ର ଦୁଃଖର କଥା ହେଉଛି ସେଭିଙ୍ଗସ ଆକାଉଣ୍ଟରେ ଗ୍ରାହକଙ୍କୁ ବହୁତ କମ୍ ସୁଧ ମିଳିଥାଏ । ତେଣୁ ଚାଲାକ ଲୋକମାନେ ଉକ୍ତ ଅର୍ଥକୁ ସେଭିଙ୍ଗସ ଆକାଉଣ୍ଟରୁ ଉଠାଇ ଅଧିକ ସୁଧ ମିଳୁଥିବା ସ୍ଥାନରେ ନିବେଶ କରିଥାନ୍ତି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗ୍ରାହକମାନେ ସେଭିଙ୍ଗସ ଆକାଉଣ୍ଟରେ ନିବେଶ କରି ମଧ୍ୟ ଅଧିକ ପ୍ରଫିଟ୍ ପାଇ ପାଇ ପାରିବେ ।
ଦେଶର ଅନ୍ୟତମ ସରକାରୀ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସେଭିଙ୍ଗସ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ ପକ୍ଷରୁ ଗାହକଙ୍କୁ ସେଭିଙ୍ଗସ ଆକାଉଣ୍ଟରେ ସର୍ବାଧିକ ୪ ପ୍ରତିଶତ ରିଟର୍ଣ୍ଣ ଦିଆଯାଉଛି । ନଭେମ୍ବର ୨୦ ତାରିଖରୁ ଏହି ନିୟମ ଲାଗୁ ହୋଇଯାଇଛି । ୫୦ ଲକ୍ଷ ପର୍ଯ୍ୟନ୍ତ ଜମାରାଶି ଉପରେ ୨.୭୫ ପ୍ରତିଶତ, ୫୦ ଲକ୍ଷରୁ ୧୦୦ କୋଟିର ଜମାରାଶି ଉପରେ ୨.୯୦ ପ୍ରତିଶତ, ୧୦୦ କୋଟିରୁ ୫୦୦ କୋଟିର ଜମାରାଶି ଉପରେ ୩.୧୦ ପ୍ରତିଶତ, ୫୦୦ କୋଟିରୁ ୧୦୦୦ କୋଟିର ଜମାରାଶି ଉପରେ ୩.୪୦ ପ୍ରତିଶତ, ୧୦୦୦ କୋଟିରୁ ଅଧିକ ଜମାରାଶି ଉପରେ ୪ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ।