fbpx

Bank of Barodaରେ ବିନା ପରୀକ୍ଷାରେ ହୋଇପାରିବେ ମ୍ୟାନେଜର, ଥିବା ଦରକାର ଏହି ଯୋଗ୍ୟତା, ମିଳିବ ଭଲ ଦରମା

ବ୍ୟାଙ୍କ ଅଫ୍ ବରୋଦାରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ । କାରଣ ବ୍ୟାଙ୍କ ଅଫ ବରୋଦାରେ ମ୍ୟାନେଜର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ଆବେଦନ କରିବାକୁ ଚାହୁଥିବା ଯୋଗ୍ୟ ଏବଂ ଇଚ୍ଛୁକ ଆଶାୟୀ ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବା ପାଇଁ ୨୫ ମାର୍ଚ୍ଚ ଅର୍ଥାତ୍ ଆଜିଠାରୁ ଆବେଦନ ପ୍ର୍ରକ୍ରିୟା ଆରମ୍ଭ ହୋଇଛି । ଏହି ବିଜ୍ଞପ୍ତି ଅପୁଯାୟୀ ମୋଟ ୧୫୯ ପଦରେ ନିଯୁକ୍ତି ରହିଛି । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ ଆବେଦନ ତାରିଖ- ୨୫ ମାର୍ଚ୍ଚ

ଅନଲାଇନ ଆବେଦନ କରିବାର ଶେଷ ତାରିଖ- ୧୪ ଏପ୍ରିଲ

ଆବେଦନ କରିବା ପାଇଁ ଯୋଗ୍ୟତା:

ଭାରତ ସରକାରଙ୍କ ଦ୍ୱାରା ୟୁଜିସି/ଏଆଇସିଟିଇ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାନରୁ କୌଣସି ବିଷୟରେ ଗ୍ରାଜୁଏଟ୍ ଡିଗ୍ରୀ ରହିଥିବା ଆବଶ୍ୟକ । ଏହା ସହ ସର୍ବନିମ୍ନ ୨ ବର୍ଷର ଅନୁଭବ ଥିବା ଦରକାର ।

ବୟସସୀମା: ଆଶାୟୀଙ୍କ ବୟସସୀମା ୨୩ ରୁ ୨୫ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆବେଦନ ଶୁଳ୍କ: ଆବେଦନ ପାଇଁ ୬୦୦ ଟଙ୍କା ଫି ଦେବାକୁ ହେବ । ଓବିସି, ଏସସି, ଏସଟି ଏବଂ ପିଡବ୍ଲୁଡି ଏବଂ ମହିଳାଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଛି ।

ଏହା ଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କ ଦ୍ୱାରା ଅନଲାଇନ ଆବେଦନ କରିପାରିବେ । କିମ୍ବା ଏହି ଲିଙ୍କ ଦ୍ୱାରା ଯାଇ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ ।

 

Get real time updates directly on you device, subscribe now.