fbpx
BSKY SKY
BSKY SKY

ସ୍ପେଶାଲ FD ଉପରେ ୯.୫ ପ୍ରତିଶତ ସୁଧ: ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା

BSKY

ନୂଆଦିଲ୍ଲୀ: କମ୍ ନିବେଶରେ ଆଉ କମ୍ ସମୟ ମଧ୍ୟରେ ଅଧିକ ଫାଇଦା ପାଇବାକୁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ ଅଧିକାଂଶ ଲୋକ ଏପରି ନିବେଶ ପ୍ଲାନର ସନ୍ଧାନରେ ରହିଥାନ୍ତି । ତେବେ ଏ କ୍ଷେତ୍ରରେ ଆପଣମାନଙ୍କ ପାଇଁ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଏକ ବଢ଼ିଆ ସୁରକ୍ଷିତ ଓ ହାଇ ରିଟର୍ଣ୍ଣ ନିବେଶ ଅପ୍ସନ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ବଢ଼ାଇବା ପରେ ଦେଶର ବିଭିନ୍ନ ବ୍ୟାଙ୍କମାନେ ଏଫଡି ସୁଧହାରରେ ବୃଦ୍ଧି କରିଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଏପରି ଏକ ସ୍ପେଶାଲ ଏଫଡି ଲଞ୍ଚ କରାଯାଇଛି ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ ତରଫରୁ ୩୯୦ ଦିନର ଏଫଡି ଉପରେ ୭.୨ ପ୍ରତିଶତ ସୁଧ ମିଳୁଛି । ସେହିପରି ୩୬୪ ଦିନର ଏଫଡି ଉପରେ ୬.୨ ପ୍ରତିଶତ ସୁଧ ମିଳୁଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୪୦୦ ଦିନର ଏଫଡି ଉପରେ ୭.୧୦ ପ୍ରତିଶତ, ଏକ ବର୍ଷର ଏଫଡି ଉପରେ ୫.୭୫ ପ୍ରତିଶତ ସୁଧ ଦେଉଛି । ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୭୦୦ ଦିନର ସ୍ଫେଶାଲ ଏଫଡି ଉପରେ ୯.୨୫ ପ୍ରତିଶତ ଓ ୧୦୦୧ ଦିନର ଏଫଡି ଉପରେ ୯.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।

ଅଧିକାଂଶ ସମୟରେ ନିବେଶକୁ ନେଇ ସାଧାରଣ ଜନତା ଦ୍ୱନ୍ଦ୍ୱରେ ରହିଥାନ୍ତି । କେଉଁ ବ୍ୟାଙ୍କ କେଉଁ ସ୍କିମରେ କେତେ ମାତ୍ରାରେ ବେନିଫିଟ୍ ପ୍ରଦାନ କରୁଛନ୍ତି ସେନେଇ ଗ୍ରାହକ ଅଜ୍ଞାତ ଥାଆନ୍ତି । ତେଣୁ ସେମାନେ ଅପେକ୍ଷାକୃତ ଭଲ ଇନଭେଷ୍ଟମେଣ୍ଟ ପ୍ଲାନ ଚୟନ କରିବା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସାଧାରଣ ଭାବେ ଏଫଡି ପ୍ରତିଶତରେ ସାମାନ୍ୟ ଗୋଟିଏ ପଏଣ୍ଟ ଫରକ ରହିଥିଲେ ତାହା ବର୍ତ୍ତମାନ ସେତେଟା ପ୍ରଭାବ ପକାଇ ନଥାଏ । ମାତ୍ର ଦୀର୍ଘ ଅବଧି ପାଇଁ ନିବେଶ କ୍ଷେତ୍ରରେ ତାହାର ଫରକ ଅଧିକ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.