fbpx
BSKY
BJD MC SKY
BJD YOUTH SKY

ବାଦବିବାଦ ପରେ କାଲି ହେବ ବନକଲାଗି ନୀତି : ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ବୁଧବାର ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଟିତ ହେବ । ଅନେକ ବାଦ ବିବାଦ ପରେ କାଲି ହେବ ବନକଲାଗି ନୀତି । ଅନେକ ଦିନ ଧରି ଶ୍ରୀଜିଉଙ୍କର ମୁଖରେ ଶିଙ୍ଗାର ହୋଇନଥିବା ବେଳେ ଆସନ୍ତା କାଲି ସନ୍ଧ୍ୟାରେ ଆଗରୁ ଅଟକି ରହିଥିବା ସବୁ ନୀତିର ଅନ୍ତ ହେବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଶେଷ ହେବା ପରେ ଆରମ୍ଭ ହେବ ଏହି ନୀତି । ସନ୍ଧ୍ୟା ୬ଟା ରୁ ରାତି ପ୍ରାୟ ୧୧ଟା ଭିତରେ ଏହି ନୀତି ସମ୍ପାଦିକ ହେବ । ବନକଲାଗି ନୀତି ହେବା ସମୟରେ ଶଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.