fbpx
BJD SKY
BJD SKY

IPL 2024 ସୂଚୀରେ ସ୍ଥାନ ପାଇଲାନି ବାରବାଟୀ ଷ୍ଟାଡିୟମ, ଚର୍ଚ୍ଚାରେ ଲାଗିଲା ରୋକ୍

BJD

ଓଡ଼ିଶା ଭାସ୍କର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ପାଇଁ ମ୍ୟାଚ୍ ସୂଚୀ ଗୁରୁବାର ପ୍ରକାଶ ପାଇଛି। ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୧୭ ଦିନ ପାଇଁ ଆଇପିଏଲ୍ ୨୦୨୪ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୧ ଟି ମ୍ୟାଚ୍ ଖେଳାଯିବ। ତେବେ ୨୨ ତାରିଖରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ଆଉ ଏହା ପରେ୨୩ ତାରିଖରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ଦ୍ୱିତୀୟ ଦିନରେ ପ୍ରଥମେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୋହାଲିରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ଟି ଦିନ ୩.୩୦ରେ ଆରମ୍ଭ ହେବ। ସେହିପରି ସନ୍ଧ୍ୟା ୭.୩୦ରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ଖେଳିବେ। ଅନ୍ୟପଟେ ମାର୍ଚ୍ଚ ୨୪ରେ ମଧ୍ୟ ଡବଲ ହେଡର ରହିଛି। ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଲଢ଼େଇ କରିବେ। ପ୍ରଥମ ଦଫାରେ ଏପ୍ରିଲ ୭ ଯାଏ ହେବାକୁ ଥିବା ମ୍ୟାଚ୍‌ ଗୁଡ଼ିକର ସୂଚୀ ଜାରି କରାଯାଇଛି। କିନ୍ତୁ ଏହି ଆଇପିଏଲ୍ ସୂଚୀରେ ବାରବାଟୀ ଷ୍ଟାଡିୟମ ସ୍ଥାନ ପାଇ ନାହିଁ।

ସୂଚନା ଥାଉକି, କିଛି ଦିନ ହେବ ଖୁବ ଚର୍ଚ୍ଚା ହେଉଥିଲା ଯେ, କଟକର ବାରବାଟୀ ଷ୍ଟାଡିୟମ ଠାରେ ୨୦୨୪ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। କାରଣ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଅନ୍ୟତ୍ର ମ୍ୟାଚ ହେବାର ସମ୍ଭାବନା ରହିଥିଲା। ଏଣୁ ଦିଲ୍ଲୀ ତା’ର ଗୋଟିଏ ମ୍ୟାଚ୍‌ କଟକର ବାରବାଟୀ ଓ ଆଉ ଗୋଟିଏ ମ୍ୟାଚ୍‌ ପୁଣେରେ ଖେଳିବ। କିନ୍ତୁ ପ୍ରଥମ ୨୧ ମ୍ୟାଚ୍‌ ପାଇଁ ଜାରି ହୋଇଥିବା ସୂଚୀରେ କଟକ ସ୍ଥାନ ପାଇ ନାହିଁ। ତେବେ ବାରବାଟୀରେ ଆଇପିଏଲ ମ୍ୟାଚ ଆୟୋଜନ ହେବା ନୂଆ କଥା ନୁହେଁ । ପୂର୍ବରୁ ଏହି ଷ୍ଟାଡିୟମରେ ବେଶ କେତୋଟି ଆଇପିଏଲ ମ୍ୟାଚ ଆୟୋଜନ ହୋଇସାରିଛି । ୨୦୧୧ରେ ଡେକାନ ଚାର୍ଜର୍ସ ଓ ୨୦୧୪ରେ କିଙ୍ଗସ-୧୧ ପଞ୍ଜାବର ଏହା ହୋମ ଗ୍ରାଉଣ୍ଡ ଥିଲା ।

ଏଠାରେ କହି ରଖୁ ଯେ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ କୌଣସି ମ୍ୟାଚ୍‌ର ହୋଷ୍ଟ କରିବ ନାହିଁ। ଅରୁଣ ଜେଟଲୀ ଷ୍ଟାଡିୟମ ବର୍ତ୍ତମାନ WPL ମ୍ୟାଚ୍‌ଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇ ରହିଛି। ମାର୍ଚ୍ଚ ୧୭ରେ WPLର ଫାଇନାଲ ମ୍ୟାଚ୍‌ ମଧ୍ୟ ଦିଲ୍ଲୀରେ ଖେଳାଯିବ। ଫାଇନାଲ ଶେଷ ହେବା ପରେ ଆଇପିଏଲ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯିବ।

Get real time updates directly on you device, subscribe now.