fbpx

ଛଟେଇ କରିବ ଶହ ଶହ ବର୍ଷର ଏକ ପୁରୁଣା ବ୍ୟାଙ୍କ : ଚାକିରି ହରାଇବେ ୨ ହଜାର କର୍ମଚାରୀ!

AAKASH

ନୂଆଦିଲ୍ଲୀ: ନିକଟରେ ଗୁଗଲ, ଆମାଜନ, ମାଇକ୍ରୋଶଫ୍ଟ ପରି ବିଶ୍ୱର ବହୁ ଟେକ କମ୍ପାନୀ ନିଜ କମ୍ପାନୀରୁ ବହୁ କର୍ମଚାରୀଙ୍କୁ ଛଟେଇ କରିଥିଲେ । ଆଗକୁ ମଧ୍ୟ କିଛି ବଡ଼ କମ୍ପାନୀ କିଛି କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାର ସମ୍ଭାବନା ରହିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟା ଏବେ ବ୍ୟାଙ୍କିଂ କ୍ଷେତ୍ର ଉପରେ ପଡ଼ିଛି ।

ସୂଚନା ମୁତାବକ, ଏକ ବ୍ୟାଙ୍କ ତା’ର ଶହ ଶହ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ୟୁକେର ୩୩୩ ବର୍ଷର ଏକ ପୁରୁଣା ବ୍ୟାଙ୍କ ତା’ର ୨ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ୟୁକେର ବହୁରାଷ୍ଟ୍ରୀୟ ବାର୍କଲେଜ ବ୍ୟାଙ୍କ ଏକ ବଡ଼ଧରଣର ଛଟେଇ କରିବ । ତେବେ ୧.୨୫ ବିଲିୟନ ଡଲାରର କଷ୍ଟ କଟିଂ ପାଇଁ ଅତିକମରେ ୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ନେଇ ଅନୁମାନ କରାଯାଉଛି ।

ବାର୍କଲେଜ ବିଶ୍ୱର ୧୦ମ ସର୍ବବୃହତ ବ୍ୟାଙ୍କ ହୋଇଥିବା ବେଳେ ସେଥିରେ ୮୧ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୩୩୩ ବର୍ଷ ତଳେ ୧୬୯୦ ମସିହାରେ ଏହି ବ୍ୟାଙ୍କର ସ୍ଥାପନା କରାଯାଇଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି ବ୍ୟାଙ୍କର ଏହି ପଦକ୍ଷେପ ଫଳରେ ଭାରତୀୟ କର୍ମଚାରୀଙ୍କ ଉପରେ ତା’ର ପ୍ରଭାବ କ’ଣ ରହିବ? ଏହି ଛଟେଇର ବେଶି ପ୍ରଭାବ ବ୍ରିଟିଶ ବ୍ୟାଙ୍କ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ପଡ଼ିବ । ଯଦି ବ୍ୟାଙ୍କ ଯଦି ନିଜର ପ୍ଲାନ ମୁତାବକ ଆଗକୁ ବଢ଼େ ଅତିକମରେ ୧୫୦୦-୨୦୦୦ କର୍ମଚାରୀଙ୍କ ଚାକିରି ବିପଦ ମଧ୍ୟକୁ ଚାଲିଯିବ । ବ୍ୟାଙ୍କର ସିଇଓ ସିଏସ ଭେଙ୍କଟକ୍ରିଷ୍ଣନ ଏ ବାବଦରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.