fbpx

ମହିଳା କମିଶନରେ ବର୍ଷା ହାଜର

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାରିବାରିକ ବିବାଦକୁ ନେଇ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅନୁଭବ-ବର୍ଷା ବିବାଦ ମାମଲାରେ ଆଜି ମହିଳା କମିଶନରେ ହାଜର ହୋଇଛନ୍ତି ବର୍ଷା । ଅନ୍ୟପଟେ ହାଜର ହେବା ପାଇଁ ଅନୁଭବ ଓ ତାଙ୍କ ବାପା, ମାଆଙ୍କୁ ନୋଟିସ ହୋଇଛି । ଆଜି ହାଜର ହେବାକୁ ୩ ଜଣଙ୍କୁ ନୋଟିସ କରିଥିଲେ ମହିଳା କମିଶନ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନୁଭବ ଓ ତାଙ୍କ ବାପା, ମାଆ ମହିଳା କମିଶନରେ ପହଞ୍ଚିନଥିବା ଜଣାପଡିଛି ।

Get real time updates directly on you device, subscribe now.