fbpx

କରୋନା ଆକ୍ରାନ୍ତ ଚିହ୍ନଟ, ସିଲ୍ ହେଲା ବାସୁଦେବପୁର

ଦେବଗଡ଼, ୨୯ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ତିନି ନୂଆ କରୋନା ଆକ୍ରାନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରର ବୋଲି ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ଯୁବତୀ ରହିଛନ୍ତି । ତିନିଜଣଙ୍କ ମଧ୍ୟରୁ ଦେବଗଡ଼ ସ୍ଥିତ ବାସୁଦେବପୁରର ୩୪ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏନେଇ ବାସୁଦେବପୁର ସିଲ୍ କରାଯାଇଛି । ଏହାସହ ଡାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ସତର୍କତା ନେଇ ସଚେତନ କରିଛି ପୋଲିସ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୨୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.