fbpx

ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇଲେ ଶରୀରରେ ପଶିଯିବ ଖରାପ ବ୍ୟାକ୍ଟେରିଆ: ଚର୍ମ ହୋଇଯିବ ରୁକ୍ଷ, କୁଞ୍ଚିତ

ଆମ ସମାଜରେ ବିଭିନ୍ନ ଧରଣର ଲୋକ ବସବାସ କରନ୍ତି । ସମସ୍ତଙ୍କର ଲାଇଫ୍ ଷ୍ଟାଇଲ ଭିନ୍ନ ଭିନ୍ନ ରହିଥାଏ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଧୋଇବା ଅନେକଙ୍କର ଅଭ୍ୟାସ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ସମୟ ପାଣିରେ ବିତାଇବା ଦ୍ୱାରା ଆପଣଙ୍କ ବହୁତ କିଛି କ୍ଷତି ହୋଇଥାଏ । ଦୈନିକ ସ୍ନାନ କରିବା ନିହାତି ଦରକାର, ମାତ୍ର ସ୍ନାନ କରିବା ସମୟରେ ଆମେ ଏପରି କିଛି ଭୁଲ କରି ବସିଥାଉ, ଯାହାର କୁପରିଣାମ ଆମକୁ ପରେ ଭୋଗିବାକୁ ପଡ଼ିଥାଏ ।

ଥଣ୍ଡା ଦିନେ ଗରମ ପାଣିରେ ଗାଧୋଇବାକୁ ଅନେକ ଲୋକ ପସନ୍ଦ କରନ୍ତି କାହିଁକି ନା ଏହା ଆମକୁ ଆରାମ ଦେଇଥାଏ । ଗରମ ପାଣିରେ ଗାଧୋଇଲେ ଆମ ଚର୍ମରେ ଥିବା ପ୍ରାକୃତିକ ତୈଳାଂଶ ନଷ୍ଟ ହୋଇଯାଏ । ଚର୍ମ ଶୁଷ୍କ ହୋଇଯିବା ଫଳରେ କୁଣ୍ଡେଇ ହୋଇଥାଏ । ଯଦି ଆପଣ ଥଣ୍ଡା ଅଞ୍ଚଳରେ ରହୁଥାନ୍ତି, ତେବେ ନଖ ଉଷୁମ ପାଣିର ବ୍ୟବହାର କରିପାରିବେ ।

କିଛି ଲୋକ ସାୱାର ସାମନାରେ ଅଧଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବିତାଇଥାନ୍ତି । ଏହା ଭଲ ଅଭ୍ୟାସ ନୁହେଁ । ଅତି ବେଶୀରେ ୧୦ ମିନିଟ ସମୟ ମଧ୍ୟରେ ସ୍ନାନ ସାରିବା ଉଚିତ । ବ୍ରଣରୁ ରକ୍ଷା ପାଇବା ପାଇଁ ମୁଣ୍ଡକୁ ଭଲ ଭାବରେ ଧୁଅନ୍ତୁ । ଗାଧୋଇବା ସମୟରେ ସାବୁନ ଫେଣ ଯଦି ପାଟି, ଆଖି ଭିତରକୁ ପଶି ଯାଇଥାଏ, ତେବେ ଭଲ ଭାବରେ ପାଣିରେ ଧୋଇନେବା ଆବଶ୍ୟକ ।

ସୁଗନ୍ଧିତ ସାବୁନର ଅତ୍ୟଧିକ ବ୍ୟବହାର ଆମ ଚର୍ମକୁ ଶୁଷ୍କ କରିଦେଇଥାଏ । ତେଣୁ ତୈଳଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ । ସ୍ନାନ କରିବା ସମୟରେ ପୁରୁଣା ବାଥ ବ୍ରସ ବ୍ୟବହାର କରନ୍ତୁ ନାହିଁ । କାରଣ ସେଥିରେ ଜୀବାଣୁ ରହିଥାନ୍ତି, ଯାହାଦ୍ୱାରା ଆମର ଚର୍ମ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ଅଧିକ ସମୟ ଧମୟ ଧରି ଗାଧୋଇଲେ ଆପଣଙ୍କର ଚର୍ମ କୁଞ୍ଚିତ, ଶୁଷ୍କ ହୋଇଯିବ । ଏଥିସହିତ ଖରାପ ବ୍ୟାକ୍ଟେରିଆ ଆପଣଙ୍କର କ୍ରାକଡ୍ ସ୍କିନ ମଧ୍ୟରେ ପଶିଯିବାର ସମ୍ଭାବନା ରହିଛି । ନଦୀ, ପୋଖରୀରେ ମୁଣ୍ଡ ବୁଡ଼ାଇ ଅଧିକ ସମୟ ଗାଧୋଇବା ସମୟରେ ବ୍ରେନ୍ ଇଟର ନାମକ ଏକ ଆମିବା ଆମ ନାକ ବାଟେ ପଶିବାର ସମ୍ଭାବନା ରହିଛି । କିଛିଦିନ ତଳେ ଏପରି ଭାବେ ଜଣେ ଯୁବକ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.