fbpx

ଯୁବତୀଙ୍କୁ ଗୁଳିମାଡ଼, ଆଉ ଜଣେ ପୁରୁଷ ବନ୍ଧୁ ଗିରଫ

ଭୁବନେଶ୍ୱର, ୧୩ା୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଇନଫୋସିଟିରେ ଯୁବତରଙ୍କୁ ଗୁଳିମାଡ଼ ହୋଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ଯୁବତୀଙ୍କ ପ୍ରଥମ ପୁରୁଷ ବନ୍ଧୁ ପ୍ରଦୀପ ଅଗସ୍ତି ଓରଫ ଟୁକୁ ଗିରଫ ହୋଇଥିବା ସୂଚନା ମିଳିଛି । ସେହି ଗୁଳିକାଣ୍ଡ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲା ଟୁକୁ । ପ୍ରମାଣ ନଷ୍ଟ ଅଭିଯୋଗରେ ଟୁକୁକୁ ଗିରଫ କରିଛି ଇନଫୋସିଟି ପୋଲିସ ।
ଆଜି ଏହି ଘଟଣାରେ ଅଭିଯୁକ୍ତ ଆଶିଷଠାରୁ ଏକ ସାଙ୍ଘାତିକ ତଥ୍ୟ ମିଳିଥିଲା । ଘଟଣା ଦିନ ଯୁବତୀଙ୍କ ପାଖରେ ଆଉ ଜଣେ ପୁରୁଷ ବନ୍ଧୁ ଥିଲେ । ପୁରୁଷ ବନ୍ଧୁ ସହ ରୋମାନ୍ସ କରୁଥିବା ବେଳେ ବନ୍ଧୁକରୁ ଗୁଳି ଫୁଟିଥିଲା ।ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ବଞ୍ଚେଇବାକୁ ଆଶିଷ ଦୋଷ ମୁଣ୍ଡାଇଥିବା କହିଥିଲା ଆଶିଷ । ଏହାସହ ଆଜି ଆଶିଷର ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୦ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ  ଜଣେ ଯୁବତୀଙ୍କୁ ଗୁଳିମାଡ ହୋଇଥିଲା । ଯୁବତୀଙ୍କ ଜଙ୍ଘରେ ଗୁଳି ବାଜିଥିଲା । ଆହତ ହୋଇଥିବା ଯୁବତୀ ଜଣକ ଭୁବନେଶ୍ୱରେ ଫ୍ୟାସନ୍ ଡିଜାଇନ୍ ପଢୁଥିବା ଜଣାପଡିଥିଲା । ଗୁରୁତର ଛାତ୍ରୀ ଜଣକ ହେଉଛନ୍ତି ବାଲେଶ୍ଵରର ସୋନାଲି ଦାସ । ଚିକିତ୍ସା ପାଇଁ ପୋଲିସ ପାଣ୍ଠିରୁ୨୫,୫୦୦ ଟଙ୍କାର ସହାୟତା ତାଙ୍କୁ ଦିଆଯାଇଥିଲା ।

Get real time updates directly on you device, subscribe now.