fbpx

ବିଶ୍ୱ ଚାମ୍ପିୟନ ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI

Advertisement

ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷ ପରେ ଭାରତକୁ ଫେରିଛି ବିଶ୍ୱକପ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏଥର ଜିତିଛି ଟି-୨୦ ବିଶ୍ୱକପ୍ । ଶେଷ ଥର ପାଇଁ ଭାରତ ଗତ ୨୦୦୭ ମସିହାରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟି-୨୦ରେ ଚାମ୍ପିୟନ ହୋଇଥିଲା । ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିବା ପରେ ବିଶ୍ୱବିଜୟୀ ଦଳକୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅଭିନେତା, ବିଜିନେସମ୍ୟାନ, ଅଗଣିତ ପ୍ରଶଂସକଙ୍କ ନିକଟରୁ ଅଭିନନ୍ଦନର ସୁଅ ଛୁଟିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିଭିନ୍ନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବାରମ୍ବାର ଭାରତ ପରାସ୍ତ ହୋଇ ଆସୁଥିଲା । ତେଣୁ ଚଳିତ ଟି-୨୦ ବିଶ୍ୱକପ ୨୦୨୪ରେ ବିଜୟୀ ହେବାର ଖୁସି ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ । ବିଜୟ ପରେ ସମସ୍ତ ଭାରତୀୟ ଖେଳାଳିଙ୍କ ଆଖିରୁ ଝରି ପଡ଼ିଥିଲା ଆନନ୍ଦର ଅଶ୍ରୁଧାର ।

ତେବେ ଏହା ମଧ୍ୟରେ ବିଶ୍ୱବିଜୟୀ ଦଳ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହ । ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ର ବିଜେତା ଦଳ ପାଇଁ ୧୨୫ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଛନ୍ତି ଶ୍ରୀ ଶାହ । ଏହି ଅବସରରେ ଭାରତୀୟ କ୍ରିକେଟ ଟିମର ପ୍ରତ୍ୟେକ ଖେଳାଳି, ପ୍ରଶିକ୍ଷକ ଓ ସହାୟକ ପ୍ରଶିକ୍ଷକଙ୍କର ଅତୁଳନୀୟ ପ୍ରତିଭା, ନିଷ୍ଠା, ଉଚ୍ଚକୋଟୀର ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.