fbpx

ଅଣ୍ଡର-୧୯ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳ ଘୋଷଣା କଲା BCCI

Advertisement

ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତୀୟ ଦଳ ଘୋଷଣା କରିଛି । ଏହି ସ୍କ୍ୱାଡରେ ୧୫ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ ଉଦୟ ସହାରଣଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଅଣ୍ଡର-୧୯ ବିଶ୍ୱକପ ଶ୍ରୀଲଙ୍କାରେ ହେବାର ଥିଲା, ମାତ୍ର ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରିଦେଇଥିଲା ।

ତେଣୁ ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୪ର ଆୟୋଜନ ଏଥର ଦକ୍ଷିଣ ଆଫ୍ରିକା କରିବ । ଅଣ୍ଡର-୧୯ ବିଶ୍ୱକପ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସହ ଏକ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବ । ଏହାଫଳରେ ବିଶ୍ୱକପ ପ୍ରସ୍ତୁତି ପାଇଁ ଦଳକୁ ଯଥେଷ୍ଟ ସମୟ ମିଳିପାରିବ । ଉଦୟ ସହାରଣ ଅଧିନାୟକ ଓ ସୌମ୍ୟ କୁମାର ପାଣ୍ଡେ ଉପଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ୧୫ ଖେଳାଳିଙ୍କ ବ୍ୟତୀତ ସ୍କ୍ୱାଡରେ ୪ ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଖେଲାଳି ପ୍ରେମ ଦେବକର, ଅଂଶ ଗୌସାଇ ଓ ମହମ୍ମଦ ଉମାନଙ୍କୁ ତ୍ରି-ରାଷ୍ଟ୍ରୀୟ ସିରିଜ ପାଇଁ ଟ୍ରାଭେଲିଂ ରିଜର୍ଭ ଭାବେ ରଖାଯାଇଛି ।

ଭାରତୀୟ ଟିମ: ଉଦୟ ସହାରଣ (ଅଧିନାୟକ), ଆଦର୍ଶ ସିଂହ, ରୁଦ୍ର ପଟେଲ, ସଚିନ ଧସ, ପ୍ରିୟାଂଶୁ ମୋଲିୟା, ମୁଶୀର, ଅବନୀଶ ରାଓ, ସୌମ୍ୟ ପାଣ୍ଡେ, ମୁରୁଗନ ଅଭିଷେକ, ଇନେଶ ମହାଜନ, ଧନୁଷ ଗୌଡ଼ା, ରାଜ ଲିମ୍ବାନୀ, ନମନ ତିୱାରୀ, ଆରାଧ୍ୟା ଶୁକ୍ଲା ।

ବ୍ୟାକ ଖେଳାଳି: ଦିଗବିଜୟ ପାଟିଲ, ଜୟନ୍ତ ଗୋୟତ, ପୀ. ବିଗ୍ନେଶ, କିରଣ ଚୋରମଲେ ।

Get real time updates directly on you device, subscribe now.